Uncategorized

କୋରୋନା ଆତଙ୍କ,ମୃତ୍ୟୁସଂଖ୍ୟା ୧୭୦୦ ଛୁଇଁଲା

(ମହାଭାରତ, ବେଜିଂ): ଭୟଙ୍କର କୋରୋନା ଭୂତାଣୁ ଦିନକୁ ଦିନ ମୁଣ୍ଡ ନେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏହି ଭାଇରସ ଯୋଗୁଁ ଚୀନରେ ପୁଣି ଥରେ ୧୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ରବିବାର ଏଥିରେ ୧୬୦୦ରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୭୭୦ରେ ପହଞ୍ଚିଛି । ସେହିପରି ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି ।
ଚୀନ ବ୍ୟତୀତ ଆମେରିକା, ବ୍ରିଟେନ ଭଳି ୨୭ରୁ ଅଧିକ ରାଷ୍ଟ୍ରକୁ ଏହି ଭୟଙ୍କର ଭାଇରସ ବ୍ୟାପିଛି । ଚୀନର ସରକାରୀ ସୂତ୍ର ଅନୁସାରେ ସୋମବାର ସକାଳେ ୧୦୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୧୦୦ ଜଣ କେବଳ ହୁବେଇ ପ୍ରଦେଶର ବୋଲି ଜଣାପଡିଛି । ହୁବେଇର ଉହାନ ସହରରେ ପ୍ରଥମେ କୋରୋନା ଭାଇରସ ଚିହ୍ନଟ ହୋଇଥିଲା । କେବଳ ହୁବେଇରେ ୧୯୩୩ ଜଣ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚୀନରେ ଏହି ଭାଇରସର ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୫୪୮ ରହିଛି । ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ବେଜିଂରେ ପହଞ୍ଚି ଏହି ମହାରମାରିକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେମାନଙ୍କ ଚୀନ ପ୍ରତିପକ୍ଷଙ୍କ ସହ ବୈ÷ଠକ ଆରମ୍ଭ କରିଛନ୍ତି । ବ୍ଲଡ ପ୍ଲାଜମା ବ୍ୟବହାର କରି ଚୀନ ଡାକ୍ତରମାନେ ୧୦ ହଜାରରୁ ଅଧିକ ଲୋକଙ୍କୁ କୋରୋନା କବଳରୁ ବଞ୍ଚାଇ ଦେଇଥିବା ଦାବି କରିଛନ୍ତି ।
ଅନ୍ୟପଟେ କୋରୋନା ସଂକ୍ରମଣ ବିିରୁଦ୍ଧରେ ଲଢେଇ କରିବାକୁ ଚୀନ ସରକାର ଓ ଚୀନବାସୀଙ୍କ ସହ ଭାରତ ରହିଥିବା କହିଛି । ଚୀର ଏହି ବିପଦ ସମୟରେ ଚୀନବାସୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଲାଗି ଭାରତ ପଦକ୍ଷେପ ନେବ ବୋଲି ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ।

Related posts

ମହାରାଷ୍ଟ୍ରରେ ପୁଣି ୩୦ ଟ୍ରେନ ବାତିଲ

mahabharatanews

ଶୌର୍ଯ୍ୟ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

mahabharatanews

ପାକିସ୍ତାନ: ରିଲିଫ ବଣ୍ଟନରୁ ସଂଖ୍ୟାଲଘୁ ବଞ୍ଚିତ

mahabharatanews

Leave a Comment