ମହାଭାରତ, ଟୋକିଓ: କୋରୋନା ଭୂତାଣୁରେ ସଂକ୍ରମିତ କାରଣରୁ ଜାପାନର ୟୋକୋହାମ ବନ୍ଦରରେ ଅଟକିଥିବା ଡାଇମଣ୍ଡ ପିନ୍ସେସ କ୍ରୁଜରେ ସବାର ଥିବା ଯାତ୍ରୀଙ୍କ ମଧ୍ୟରେ ପ୍ରଥମ ମୃତ୍ୟୁର ମାମଲା ସମ୍ନାକୁ ଆସଚି । କୋରୋନା ଭୂତାଣୁ ସଂକ୍ରମଣରେ ଦୁଇ ବୟସ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଏବେ କ୍ରୁଜରେ ଥିବ।। ୭ ଭାରତୀୟ ମଧ୍ୟ ସଂକ୍ରମିତ ଅଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ, କ୍ରୁଜର ଦୁଇ ବୟସ୍କ ଯାତ୍ରୀଙ୍କ କୋରେ।।ନାରେ ମୃତ୍ୟୁ ହେ।।ଇଛି । ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଯାତ୍ରୀ । ଉଭୟଙ୍କ ବୟସ ପ୍ରାୟ ୮୦ ବର୍ଷ ପାଖାପାଖି ଥିଲା । ଏସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫକୁ କୌଣସି ସୂଚନା ଦିଆଯାଇ ନାହିଁ । ଏହି କ୍ରୁଜରେ କେେରୋନା ସଂକ୍ରମଣର ୬୦୦ର ଅଧିକ ମାମଲା ଥିବା ସୂଚନା ରହିଛି, କିନ୍ତୁ ଏହା ପ୍ରଥମ ମୃତ୍ୟୁ ଘଟଣା ।
ୟୁକୋହାମ ଉପକୂଳରେ ଠିଆହୋଇଥିବା କ୍ରୁଜରେ ଥିବା ଭାରତୀୟଙ୍କ ମଧ୍ୟରୁ ଆଉ ଜଣେ ସଂକ୍ରମିତ ହୋଇଛନ୍ତି । ଫଳରେ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇ ୭ରେ ପହଞ୍ଚିଛି । ଗତକାଲି ବିଳମ୍ବିତ ସଂଧ୍ୟାରେ ସେଠାରରେ କାର୍ଯ୍ୟରତ ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଥିଲା କି, କ୍ରୁଜରେ ସ୍ଥିତି ସ୍ଥିର ରହିଛି ଓ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏବେ କ୍ରୁଜରେ ୧୩୮ ଜଣ ଭାରତୀୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୧୩୨ ଜଣ କ୍ରୁ ସଦସ୍ୟ ହୋଇଥିବା ବେଳେ ୬ ଜଣ ଯାତ୍ରୀ ଅଛନ୍ତି । କ୍ରୁଜରେ କୋରୋନା ପୀଡିତଙ୍କ ମଧ୍ୟରେ ୭୯ ନୂଆ ମାମଲା ସାମ୍ନାକୁ ଆସିଚି ।
ଅନ୍ୟ ପକ୍ଷରେ ଚୀନରେ କୋରୋନାରେ ମୃତକଙ୍କ ସଂଖ୍ୟା ୨୧୧୮ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୪୫୭୬ ଥିବା ଆଜି ଚୀନ ଅଧିକାରୀ ସୂତ୍ରରୁ ପ୍ରକାଶ । ଚୀନର ରାଷ୍ଟ୍ରୀ ସ୍ୱାସ୍ଥ୍ୟ ଆୟୋଗ ଗୁରୁବାର କହିଛନ୍ତି, ସଂସ୍ଥାକୁ ୩୧ ପ୍ରାନ୍ତୀୟ ସ୍ତରରୁ ବୁଧବାର ୧୧୪ ଲୋକଙ୍କ ମୃତ୍ୟୁ ର ସୂଚନ।। ମିଳିଛି ।