Uncategorized

କୋରୋନା: ଜାପାନରେ ୫୯୪ ନୂତନ ସଂକ୍ରମଣ ଚିହ୍ନଟ

ବେଜିଂ: ଚୀନରେ ମହାମାରି ସାଜିଥିବା କୋରୋନା ଭୂତାଣୁ କବଜାରେ ଏପେ ଦକ୍ଷିଣ କୋରିଆ । ଦକ୍ଷିଣ କୋରିଆରେ ଏହି ଭୂତାଣୁ ସଂକ୍ରମଣର ୫୯୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ କୋରିଆରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨,୯୩୧ରେ ପହଞ୍ଚିଛି । କୋନିଆନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦକ୍ଷିଣ କୋରିଆରେ କୋରୋନା ଭୂତାଣୁ ସଂକ୍ରମଣ ପରେ ଏବେ ଚୀନ ମଧ୍ୟ କୋରିଆକୁ ସାହାଯ୍ୟର ହାତ ବଢାଇଛି । ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଚାଓ ଲିଚେନ ଶୁକ୍ରବକାର କହିଛନ୍ତି, ଦକ୍ଷିଣ କୋରିଆ ଓ ଜାପାନରେ କୋଭିଡ-୧୦ ମହାମାର ବ୍ୟପିବା ଉପରେ ତୀକ୍ଷ୍ନ ଦୃଷ୍ଟି ରଖାଯାଇଛି । ଚୀନ ଦକ୍ଷିଣ କୋରିଆ, ଜାପାନ ସରକାର ଓ ଲୋକଙ୍କୁ ଚୀନର କୋରୋନା ସଂଘର୍ଷରେ ସହାୟତା ପାଇଁ ଧନ୍ୟବାଦ ଜଣାଇଛି । ଚୀନ ଅନୁଯାୟୀ, ଜାପାନ ଓ ଦକ୍ଷିଣ କୋରିଆ ଭଲ ପଡୋଶୀ । ତେଣୁ ଉଭୟ ଦେଶରେ କେ।।ରୋନା ପାଇଁ ଚୀନ ଜରୁରୀ କାଳୀନ ସମ୍ପର୍କକୁ ମଜବୁତ କରିବ । ପରସ୍ପର ସହ ସଂକ୍ରମଣ ସୂଚନାକୁ ଅପଡେଟ ରଖିବେ ।ଏହାର ପ୍ରତିକାର ଓ ଉପଚାର, ଔଷଧ ଓ ଟୀକା ଅନୁସଂଧାନ କ୍ଷେତ୍ରରେ ସହଯୋଗ କରିବେ ।

ସୂଚନାଯୋଗ୍ୟ, କୋରୋନା ସଂକ୍ରମଣ ଏବେ ଅନ୍ୟ ଦେଶରେ ବ୍ୟାପିବାରେ ଲାଗିଛି । ଏହି ଭୂତାଣୁ ସଂକ୍ରମଣରେ ଇରାନରେ ୩୪ ଜଣ ପ୍ରାଣହରାଇଥିବା ବେଳେ ୩୮୮ ଜଣ ସଂକ୍ରମିତ ଥିବା ଇରାନର ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି ।

Related posts

ଅକ୍ସିଜେନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ, ୧୦ ଗୁରୁତର

mahabharatanews

ପୁଣି ଫେରିବ ଟିକଟକ

mahabharatanews

ସୀମାରେ ପାକରେ ଗୁଳିବର୍ଷା, ୨ ଭାରତୀୟ ଯବାନ ଶହୀଦ

mahabharatanews

Leave a Comment