ମହାଭାରତ, ସିଆଲ: କୋରେ।।ନାରେ ଆଉ ୧୦୦ ଜଣ ସଂକ୍ରମିତ ହୋଇଥିବା ଦକ୍ଷିଣ କୋରିଆ ପକ୍ଷରୁ ଶୁକ୍ରବାର ପୁଷ୍ଟି କରାଯାଇଛି । ଏହା ପରେ ଦକ୍ଷିଣ କୋରିଆରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦୪ରେ ପହଁଚିଛି । ଅପରାହ୍ନ ୪ (ସ୍ଥାନୀୟ ସମୟ)ଟାରେ ସୂଚନା ଦିଆଯାଇଛି, ପୂର୍ବ ଦିନ ଅନୁପାତରେ ଆଉ ୧୦୦ଟି ନୂତନ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୨୦୪ରେ ପହଁଚିଛି । କୋରିଆ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (କେସିଡିସି) ପକ୍ଷରୁ ଆଜି ସାନୀୟ ସମୟ ଅନୁଯାୟୀ ସକାଳ ୧୦ଟାରେ ଓ ସଂଧ୍ୟା ୫ଟାରେ ସୂଚନା ଜାରି କରାଯାଇଛି ।
ସମସ୍ତ ରୋଗୀଙ୍କ ମଧ୍ୟରୁ ୧୫୩ ଜଣ ସିଆଲଠାରୁ ୩୦୦ କିଲୋମିଟର ଦକ୍ଷିଣ ପୂର୍ବରେ ଥିବା ଡାଇଗୁର ବାସିନ୍ଦା । ଡାଇଗୁରେ ଥିବା ଚର୍ଚ୍ଚ ସହ ୧୪୪ ସଂକ୍ରମିତଙ୍କ ସଂଯୋଗ ରହିଛି । ସମସ୍ତ ରୋଗୀ ସମାନ ଚର୍ଚ୍ଚକୁ ଯାଇଥାନ୍ତି ଗତ ତିନି ଦିନରେ ଏହି ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବୁଧବାର ପ୍ରଥମେ ୨୦ଟି ସଂକ୍ରମଣ ମାମଲା ଆସିଥିବା ବେଳେ ଗୁରୁବାର ନୂତନ ସଂକ୍ରମଣର ୫୩ଟି ମାମଲା ଆସିଥିଲା । ଜାନୁଆରୀ ୩ ତାରିଖରୁ ଦେଶରେ ପ୍ରାୟ ୧୬ ଶହରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ୧୩,୦୧୬ଟି ନେଗେଟିଭ ଆସିଥିଲା । ୧୯ ଜଣଙ୍କ ଠାରେ ପଜିଟିଭ ଆସିଥିବା ବେଳେ ୩,୧୮୦୦ ଜଣଙ୍କ ପରୀକ୍ଷଣ ଚାଲିଛି । ୧୭ ଜଣଙ୍କୁ ଚିକିତ୍ସାପରେ ଛାଡି ଦିଆଗଲାଣି ।
previous post