(ୱାଶିଂଟନ୍): ବିଶ୍ୱରେ ଭୟଙ୍କର କୋରୋନା ଭାଇରସ ଲୋକଙ୍କ ଜୀବନ ନେବାରେ ଲାଗିଛି । ଏହି ଭାଇରସ ସଂକ୍ରମଣରେ ଚୀନରେ ମୃତ୍ୟୁ ସଂଖ୍ୟା ୭୦୦ ଅତିକ୍ରମ କରିଛି । ଏହା ବ୍ୟତୀତ ବିଶ୍ୱର ୨୮ଟି ଦେଶକୁ ଏହି ଭୁତାଣୁ ସଂକ୍ରମିତ ହୋଇଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଏହାର ମୁକାବିଲା ପାଇଁ ଆମେରିକା ଅଣ୍ଟା ଭିଡିଛି । ଚୀନ ଓ ଅନ୍ୟାନ୍ୟ ଦେଶଗୁଡିକୁ ବ୍ୟାପିଥିବା ଏହି ଭାଇରସ ସହ ଲଢେଇ କରିବା ପାଇଁ ଆମେରିକା ସରକାର ୧୦୦ ମିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍ ପୋମ୍ପେଓ ଏହି ଘୋଷଣା କରିଛନ୍ତି । ଆମେରିକାର ସରକାର ଓ ଦେଶର ଘରୋଇ କମ୍ପାନୀଗୁଡିକ ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି । ଏହି ଭୟଙ୍କର ଭାଇରସର ମୁକାବିଲା ପାଇଁ ଆମେରିକା ପକ୍ଷରୁ ୧୦୦ ମିଲିୟନ ଡଲାର ସହ ସମସ୍ତ ପ୍ରକାରର ମେଡିକାଲ ସହାୟତା ଯୋଗାଇ ଦିଆଯ।।ଇଛି ି । ବିଭିନ୍ନ ଦେଶକୁ କୋରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ପୋଷାକ ଓ ବିଶେଷଜ୍ଞମାନଙ୍କୁ ପଠାଇବାକୁ ପ୍ରସ୍ତୁତ ରହିଛି ବୋଲି ି ପୋମ୍ପେଓ କହିଛନ୍ତି ।
previous post