ଓଡିଶା

କୋଲାବ ଡ୍ୟାମ୍ରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଲାବ ଜଳ ଭଣ୍ଡାରରେ ବୁଡି ଶନିବାର କୋରାପୁଟ ସରକାରୀ ମହାବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷର ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକମାନେ ରମାକାନ୍ତ ପଟ୍ଟନାୟକ, ସନ୍ଦୀପ ପୂଜାରି ଓ ମନ୍ମଥ ସାସମଲ ବୋଲି ଜଣାପଡିଛି । କୋରାପୁଟ ସରକାରୀ କଲେଜର ୪ ଜଣ ଛାତ୍ର ଓ ୩ ଜଣ ଛାତ୍ରୀ ସାଙ୍ଗ ଜନ୍ମଦିନ ପାଳନ କରିବାକୁ ଡ୍ୟାମ୍କୁ ଯାଇଥିଲେ । ସେଠାରେ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର କୋଲାବ ନଦୀରେ ଗାଧୋଇବା ପାଇଁ ଯାଇ ପାଣିରେ ବୁଡିଯାଇଥିଲେ । ଗୋଡ ଖସି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ୩ ଛାତ୍ରମାନଙ୍କୁ ଉଦ୍ଧାର କରି ଲକ୍ଷ୍ମଣ ନାଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ରମାନେ ସରକାରୀ କଲେଜତ କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ବୋଲି ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛିି । ସୂଚନା ଅନୁଯାୟୀ, କୋରାପୁଟ ସରକାରୀ ମହାବିଦ୍ୟାଳୟର ୭ଜଣ ଛାତ୍ର ଶନିବାର ଦିନ ୧୧ଟା ବେଳେ କଲେଜରୁ ବାହାରି ନିଜ ସାଙ୍ଗର ଜନ୍ମଦିନ ପାଳନ କରିବାକୁ ନିକଟରେ ଥିବା କୋଲାବ ନଦୀକୁ ଯାଇଥିଲେ । ମାତ୍ର ସେଠାରେ ୩ ଜଣଙ୍କ ଗୋଡ ଖସି ଯିବାରୁ ସେମାନେ ପାଣି ଭିତରେ ବୁଡି ଯାଇଥିଲେ । ଏହାଦେଖି ଅନ୍ୟ ସାଙ୍ଗମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଅଚେତ ଅବସ୍ଥାରେ ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜ ନିଆଯାଇଥିଲା । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ୩ ମୃତକଙ୍କ ମଧ୍ୟରୁ ୨ ଜଣ ମାଲକାନାଗିରି ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ ଏନେଇ କୌଣସି ମନ୍ତବ୍ୟ ରଖିନାହାନ୍ତି । କୋରାପୁଟ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

କୋଣାର୍କ ସୁତା କଳକୁ କାର୍ୟ୍ୟ କାରି କରିବା ପାଇଁ ଦାବି

mahabharatanews

ବିଦ୍ୟାଭାରତୀ , ସଂଗ୍ରାମଙ୍କ ହୋଇପାରେ ଲାଇ ଡିଟେକ୍ସନ ଟେଷ୍ଟ

mahabharatanews

ଅର୍ଚ୍ଚନା ନାଗକୁ ତଦନ୍ତ ପରିସରକୁ ଆଣିପାରେ ଇଡି

mahabharatanews

Leave a Comment