(ମହାଭାରତ): ଏବେ ଗ୍ରୀଷ୍ମ ପ୍ରକୋପ ବଢିବାରେ ଲାଗିଛି । ଆପଣ ଖରାରେ ନିଶ୍ଚୟ ବାହାରକୁ ଯାଇ କାମ କରୁଥିବେ । ଖରାଦିନେ ମହିଳାମାନଙ୍କର ସବୁଠାରୁ ବଡ ସମସ୍ୟା ହେଲା ହାତ ଗୋଡ କଳା ପଡିଯିବା । ଏଥିପାଇଁ ଅନେକ ମହିଳା ଘରୁ ବାହାରକୁ ମଧ୍ୟ ବାହାରନ୍ତି ନାହିଁ ।
ଏବେ କିନ୍ତୁ ଆପଣ ଅଚିନ୍ତାରେ ବାହାରକୁ ଯାଇ କାମ କରିପାରିବେ । କାରଣ ଏବେ ହାତ ଗୋଡ କଳା ପଡିବା ସମସ୍ୟାରୁ କିପରି ମୁକ୍ତି ପାଇବେ ସେ ବିଷୟରେ ଆମେ ଆପଣଙ୍କୁ ଆଜି କହିବୁ । ଏହାକୁ ଲଗାଇଲେ ଆପଣ ନିଜେ ହିଁ ତ୍ୱଚାରେ ଫରକ ଦେଖିପାରିବେ । ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରି ବ୍ୟବହାର କରିବେ ।
ପ୍ରଥମେ ଏକ ପାତ୍ରରେ ଲେମ୍ବୁ ରସ ନିଅନ୍ତୁ । ସେଥିରେ ଟମାଟୋ ଏବଂ ଇନୋ ପକାଇ ଗୋଳାଇ ଦିଅନ୍ତୁ । ଏହି ପ୍ୟାକକୁ ଆପଣ କଳା ପାଡିଥିବା ସ୍ଥାନରେ ଲଗାଇ ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ଏହିପରି କଲେ ଆପଣ ନିଶ୍ଚୟ ପୂର୍ବ ଅପେକ୍ଷା ଅଧିକ ସଫା ଦେଖାଯିବେ । ଇନୋ ପଡିଥିବାରୁ ଏହାକୁ କାଦାପୀ ମୁହଁରେ ଲଗାନ୍ତୁ ନାହିଁ । ଏହାକୁ ଆପଣ ହାତ ଗୋଡ,ବେକ, ଆଣଣ୍ଠୁ, ଗୋଇଠି ଇତ୍ୟାଦିରେ ଲଗାଇ ପାରିବେ । ଯଦି ଆପଣଙ୍କ ତ୍ୱଚା ଜଳା ପୋଡା ବା କୁଣ୍ଡାଇ ହେଉ ନାହିଁ । ତାହେଲେ ଆପଣ ଏହାକୁ ବ୍ୟବହାର କରିପାରିବେ ।
previous post