ଓଡିଶା

ଖୋର୍ଦ୍ଧା, ଗଞ୍ଜାମ କୈବର୍ତ୍ତ ମହାସଂଘର ବାର୍ଷିକ ସଭା

(ମହାଭାରତ, ଚିଲିକା): ଶ୍ରୀରାମ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ତରଫରୁ ୮୮ ତମ ବାର୍ଷିକ ସଭା ପାଳିତ ହୋଇଯାଇଛି । ସଂଘର କୈବର୍ତ୍ତମାନେ ଶ୍ରୀରାମଙ୍କ ବିଗ୍ରହକୁ ଧରି ବାଲୁଗାଁ ଓ ବାଣପୁର ତାଲୁକାରେ ଥିବା ସମସ୍ତ ଗାଁ ଭ୍ରମଣ କରିଥିଲେ । ଏହା ପରେ ବାଲୁଗାଁସ୍ଥିତ ଉମାମହେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଶ୍ରୀରାମ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘର ସଭାପତି ଶ୍ରୀ ସନାତନ ବେହେରାଙ୍କ ସଭାପତିତ୍ୱରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହାପରେ କୈବର୍ତ୍ତ କୁଳର ମର୍ଯ୍ୟାଦା ଓ ସମ୍ନାନ ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ମ।।ନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା । ସଭା ଶେଷରେ ମହାସଂଘର ଉପସଭାପତି ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

କମୁଛି ତାପମାତ୍ରା ବଢୁଛି ଶୀତ

mahabharatanews

ଜିରୋ ନାଇଟ୍ ଭୋଜିରେ ଯୁବକଙ୍କୁ ପିଟି ହତ୍ୟା

mahabharatanews

ଆଗ।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

Leave a Comment