(ବାରଣାସୀ): ପବିତ୍ର ମାଘ ପୂର୍ଣ୍ଣମୀରେ ଗଙ୍ଗାନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଉତ୍ତରପ୍ରଦେଶର ବାରଣାସୀରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇଥିବା ବେଳେ ପଶ୍ଚିମବଙ୍ଗ ଓ ବିହାର ଦେଇ ପ୍ରବାହିତ ହୋଇଥିବା ପବିତ୍ର ନଦୀଗୁଡିକରେ ଶ୍ରଦ୍ଧାଳୁମାନେ ବୁଡ ପକାଇଛନ୍ତି । ମାଘ ମାସର ପୂର୍ଣ୍ଣମୀ ତିଥିରେ ଗଙ୍ଗାରେ ବୁଡ ପକାଇଲେ ପାପକ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ହିନ୍ଦୁ ଧର୍ମାବଲମ୍ବୀ ମାନେ ଏହି ଦିନ ନଦୀ ଓ ପୋଖରୀରେ ମଧ୍ୟ ଆଧ୍ୟାମିôକ ବୁଡ ପକାଇଥାନ୍ତି । ରବିବାର ବାରଣାସୀ ଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ ପକାଇ ପ୍ରାର୍ଥନା କରିଥିବା ଦେଖାଯାଇଛି । ପ୍ରତିବର୍ଷ ମାଘ ପୂଣ୍ଣମୀ ଜାନୁଆରୀ ବା ଫେବୃଆରୀ ମାସରେ ପଡିଥାଏ । ବାରଣାସୀ ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ, ରବିବାର ପ୍ରାୟ ଲକ୍ଷ ଭକ୍ତ ଏଠାରେ ବୁଡ ପକାଇଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ଗଙ୍ଗାନଦୀ କୂଳରେ ୮ଟି ଘାଟ ନିର୍ମାଣ କରାଯାଇଛି । ରବିବାର ଭୋର ପୂର୍ବରୁ ଏହି ସବୁ ଘାଟମାନଙ୍କରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାଯାଇଛି । ତେବେ ବୁଡ ପକାଉଥିବା ଭକ୍ତମାନେ ନଦୀକୂଳରେ ଚାଲିଥିବା ମାଘ ମେଳା ଦେଖିବାକୁ ଯାଉଛନ୍ତି । ତେବେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
previous post