Uncategorized

ଗର୍ଭପାତ ସମୟସୀମା ବୃଦ୍ଧିକୁ ମୋଦି କ୍ୟାବିନେଟର ମଞ୍ଜୁରୀ

(ନୁଆଦିଲ୍ଲୀ): ଦେଶରେ ଗର୍ଭପାତ ଆଇନକୁ ସରଳ କରିବା ପାଇଁ ମୋଦି ସରକାର ବଡ ପଦକ୍ଷେପ ନେଇଛନ୍ତି । ଗର୍ଭପାତ କରାଇବା ଲାଗି ରହିଥିବା ସମୟସୀମାକୁ ୨୦ ସପ୍ତାହରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଗର୍ଭପାତ ଅଧିନିୟମ ୧୯୭୧ମେଡିକାଲ ଟର୍ମିନେଶନ ଅଫ୍ ପ୍ରେଗ୍ନାନ୍ସି ଆକ୍ଟର ସଂଶୋଧନ କରାଯିବ । ସଂସଦର ଆଗାମୀ ଅଧିବେଶନରେ ଏନେଇ ବିଲ ଆଗତ ହେବ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ୨୪ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ । ୨୦ ସପ୍ତାହରେ ଗର୍ଭପାତ କରିବା ଫଳରେ ମା’ର ଜୀବନହାନୀ ହେଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଏଥିପାଇଁ ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି । ତେବେ ଗତବର୍ଷ ଏନେଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ଗର୍ଭବତୀ ମହିଳ।।ଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗର୍ଭପାତ ସମୟସୀମା ୨୦ ସପ୍ତାହରୁ ୨୪ ଏବଂ ୨୬ ସପ୍ତାହକୁ ବୃଦ୍ଧି କରାଇବା ପାଇଁ ଏଥିରେ କୁହାଯାଇଥିଲା । ଏସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଚାର ବିମର୍ଶ ମଧ୍ୟ ହୋଇଥିଲା । ତେବେ ନୀତି ଆୟୋଗର ମତାମତ ନିଆଯିବା ପରେ ଏନେଇ ଯେକୌଣସି ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।

Related posts

ରାମ ମନ୍ଦିର ଟ୍ରଷ୍ଟ ଗଠନ, ୧୫ ଟ୍ରଷ୍ଟିଙ୍କ ମଧ୍ୟରେ ରହିବେ ଜଣେ ଦଳିତ

mahabharatanews

ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଭାରତବାସୀ ପ୍ରତିଜ୍ଞାବଦ୍ଧ: ମୋଦି

mahabharatanews

ଦିଲ୍ଲୀ ହିଂସା: ପୋଲିସକୁ ବନ୍ଧୁକ ଦେଖାଇଥିବା ଯୁବକ ଗିରଫ

mahabharatanews