Uncategorized

ଗୁଜବକୁ ଭୁଲ ପ୍ରମାଣ କରିବାକୁ ମନ୍ତ୍ରୀ ଖାଇଲେ ଚିକେନ୍

(ହାଇଦ୍ରାବାଦ): କୋରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତା ପାଲଟିଛି । ଭାରତରେ ମଧ୍ୟ କେତେକ ସଂକ୍ରମିତଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଏହି ଭାଇରସ ବ୍ୟାପିବା ନେଇ ନାନା ଗୁଜବ ଶୁଣିବାକୁ ମିଳୁଛି । ତେଲେଙ୍ଗାନାରେ କୋରୋନା ଭାଇରସ ଚିକେନ ଓ ଅଣ୍ଡା ଖାଇଲେ ବ୍ୟାପୁଛି ବୋଲି ଖବର ପ୍ରଚାରିତ ହେବା ପରେ ସେଠାକାର ଲୋକେ ଏହା ଖାଇବା ଏକ ପ୍ରକାର ବନ୍ଦ କରିଦେଇଛନ୍ତି । କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି ପ୍ରମାଣ କରିବା ପାଇଁ ଶୁକ୍ରବାର ଏକ ମଞ୍ଚରେ ତେଲେଙ୍ଗାନା ମନ୍ତ୍ରୀ କେଟି ରାମା ରାଓ, ଏତେଲା ରାଜେନ୍ଦ୍ର, ତାଲାସାନି ଶ୍ରୀନିବାସ ଯାଦବ ଓ ଅନ୍ୟମାନେ ଚିକେନ ଓ ଅଣ୍ଡା ଖାଇ ଲୋକଙ୍କ ମନରୁ କୋରୋନା ଭୟ ଦୂର କରିବାକୁ ଚେଷ୍ଟା କରିଛନ୍ତି । ସୂଚନାଯୋଗ୍ୟ, କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ଚୀନରେ ୨୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏହା ଭାରତ ସମେତ ୨୮ଟି ଦେଶକୁ ବ୍ୟାପିଛି । ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପରିସ୍ଥିତିକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛିଦିନ ତଳେ ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି ।

Related posts

ଯୋଗୀ ଆଦିତ୍ୟନାଥଙ୍କ ପିତା ଏମ୍ସରେ ଭର୍ତ୍ତି

mahabharatanews

ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

mahabharatanews

ଲକଡାଉନ ନିୟମ ଉଲ୍ଲଂଘନ ସଂକ୍ରାନ୍ତୀୟ ମାମଲା ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

Leave a Comment