ଓଡିଶା

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା

(ମହାଭାରତ, ବଣାଇ): ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ ଅନ୍ଧ ବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି । ଏଠାରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତା ମହିଳା ଜଣକ ଟିକାୟତପାଲି ଗାଁର ବନ୍ଧନୀ ଓରାମ ବୋଲି ଜଣାପଡିଛି । ଏଥିରେ ଜଣେ ଦେଢ ବର୍ଷର ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛି ।

ସୂଚନା ଅନୁଯାୟୀ, ବନ୍ଧନୀ ଟିକିରାପୋଷ ଗାଁରେ ତାଙ୍କ ଝିଅର ବାହାଘର କରିଥିବା ବେଳେ ତାକୁ ଦେଖିବା ପାଇଁ ବେଳେବେଳେ ତାଙ୍କ ଶାଶୂଘରକୁ ଯାଇଥାଆନ୍ତି । କିନ୍ତୁ ଝିଅର ଦିଅର ବନ୍ଧନୀଙ୍କ ଯିବା ଆସିବାକୁ ବିରୋଧ କରିଥାନ୍ତି । ଏପରିକି ବନ୍ଧନୀ ଗୁଣିଗାରେଡି କରୁଥିବାରୁ ତାଙଯକ ପରିବାର ଲୋକଙ୍କ ଦେହ ଭଲ ରହୁ ନଥିବା ଦିଅର ଅଭିଯୋଗ କରି ଆସୁଥିଲେ । ଏହା ସତ୍ତେ୍ୱ ଗତକାଲି ବନ୍ଧନୀ ତାଙ୍କ ଝିଅକୁ ଦେଖିବାକୁ ଆସିଥିଲେ । ରାତିରେ ସମସ୍ତେ ଖାଇ ସାରିବା ପରେ ଘର ବାହାରେ ନିଆଁ ପୁଇଁ ହେବା ବେଳେ ଦିଅର ରତିକାନ୍ତ ଏକ ଟାଙ୍ଗୀଆରେ ବନ୍ଧନୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ବନ୍ଧନୀଙ୍କ ପାଖରେ ଥିବା ରତିକାନ୍ତଙ୍କ ଦେଢ ବର୍ଷର ଭଣଜା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବଣାଇ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ପରେ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ରତିକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଗଜପତିରେ ଗଡ଼ିଲା ଲକ୍ଷ୍ମୀ ବସ୍

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଆଉ ୧୦ ପୁଲିସ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ

mahabharatanews

Leave a Comment