Uncategorized

ଗୌରୀ ଲଙ୍କେଶ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଋଷିକେଶ ଗିରଫ

(ଋାଞ୍ଚି): ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)କୁ ବଡ ସଫଳତା ମିଳିଛି । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୪୪ ବର୍ଷିୟ ଋଷିକେଶ ଦେଭଡିକରଙ୍କୁ ପୋଲିସ ଝାଡଖଣ୍ଡର ଧନବାଦ ଜିଲ୍ଲା କତରାସରୁ ଗିରଫ କରିଛି । ମାମଲାର ତଦନ୍ତ କରୁଥିବା ବେଙ୍ଗାଲୁରୁ ଏସଆଇଟି ଏଠାେଋ ଜଣେ ଶିଳ୍ପପତିଙ୍କ ଘରୁ ତାକୁ ଗିରଫ କରିଛି । ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ ରଖି ଶିଳ୍ପପତି ପ୍ରଦୀପ ଖେମକାଙ୍କ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା । ପରେ ସେଠାରେ ଚଢାଉ କରିବା ପରେ ସେ ଧରାପଡିଛି । ଅଭିଯୁକ୍ତର ଘର ମହାରାଷ୍ଟ୍ରର ଔରଙ୍ଗାବାଦରେ ବୋଲି ଜଣାପଡିଛି । ଋଷିକେଶ କିଛିଦିନ ତଳେ ଏଠାକୁ ଆସି ନିଜର ପରିଚୟ ବଦଳାଇ ଉକ୍ତ ଶିଳ୍ପପତିଙ୍କ ଏକ ପେଟ୍ରୋଲ ପମ୍ପରେ କେୟାରଟେକର ଭାବେ କାମ କରୁଥିଲା । ଏହା ସହିତ ମଗତ ମହଲା ଅଞ୍ଚଳରେ ତାଙ୍କ ଘରେ ଭଡାରେ ରହୁଥିଲା । ସେ ଗୌରୀ ଲଙ୍କେଶଙ୍କର ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିବା ଏସଆଇଟି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି । ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ରେ ବିଶିଷ୍ଟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଧିକାଂଶ ଅଭିଯୁ୍କ୍ତଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡ ପରେ ଋଷିକେଶ ଫେରାର ରହିଥିଲା । ସେ ହିନ୍ଦୁବାଦୀ ସଂଗଠନ ସହିତ ସମ୍ପୃକ୍ତ ଥିବା ମଧ୍ୟ କୁହାଯାଉଛି । ଶୁକ୍ରବାର ପୋଲିସ ତାକୁ କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ ରିମାଣ୍ଡରେ ନେଇ ପଚରାଉଚରା କରିବ ।

Related posts

ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଜମି ଦେଲେ ଯୋଗୀ ସରକାର

mahabharatanews

ଅନୁପ୍ରବେଶକାରୀଙ୍କ ଠିକଣା ଦେବା ପାଇଁ ଶିବସେନାର ପୋଷ୍ଟର

mahabharatanews

ଚୀନ ସହ ତିକ୍ତତା ମଧ୍ୟରେ ଭାରତ କିଣିବ ୩୩ ନୂଆ ଯୁଦ୍ଧ ବିମାନ

mahabharatanews

Leave a Comment