(ଭୁବନେଶ୍ୱର, ମହାଭାରତ ): ଆଜି ସକାଳୁ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ ହୋଇଥିବା ଜଣାପଡ଼ିଛି । କଟକ ଜିଲ୍ଲାର ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହେବା ଫଳରେ ୫୦ରୁ ଉର୍ଦ୍ଧ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଆଜି ସକାଳୁ ଘନ କୁହୁଡି ଯୋଗୁଁ ସିଗନାଲ ପାଇଁ ଅସୁବିଧା ହୋଇଥିଲା । ତେଣୁ ଟ୍ରେନର ଚାଳକ ସିଗନାଲ ଜାଣି ନ ପାରି ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲେ । ଫଳରେ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନ୍ ଦୁର୍ଘଟଣା ନେଇ ରେଲୱେକୁ କିଛି ଯାତ୍ରୀ ଟ୍ୱିଟ୍ କରିବା ପରେ ରେଳ ବିଭାଗ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର ୨ଟି ଟିମ ପହଞ୍ଚିଛନ୍ତି । ଉକ୍ତ ଟ୍ରେନ୍ରେ ୪୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଫସି ରହିଥିବା ବେଳେ ସେମାନଙ୍କ ସହିତ ଯୋଗାଯୋଗ ନିମନ୍ତେ ରେଲୱେ ପକ୍ଷରୁ ହେଲପ୍ଲାଇନ୍ ୦୬୭୧ ୧୦୭୨, ୦୬୭୪ ୧୦୭୨ ଜାରି କରାଯାଇଛି । । ସେମାନଙ୍କୁ କଟକ, ଭୁବନେଶ୍ୱରକୁ ପଠାଯିବା ନିମନ୍ତେ ବସ୍ ବ୍ୟବସ୍ଥା କରାଯାଉଥିବା ଇଷ୍ଟକୋଷ୍ଟ ରେଲୱେର ଚିଫ୍ ପିଆର୍ଓ ଜ୍ୟୋତିପ୍ରକାଶ ମିଶ୍ର କହିଛନ୍ତି।