(ମହାଭାରତ): କେଶକୁ ଘନ ଓ ଲମ୍ବା କରିବା ପାଇଁ ଅ ।ପଣ ଅନେକ ଉପ·ର କରିଥା’ନ୍ତି । ଅଦା କେଶ ପାଇଁ ଏକ ଅ ।ୟୁର୍ବେଦିକ ଉପ·ର ଭାବରେ କାର୍ଯ୍ୟ କରିଥାଏ । ଅଦାରେ ଥିବା ମ୍ୟାଗ୍ନେସିୟମ୍, ପୋଟାଟିୟମ୍, ଫସଫରସ୍ ଓ ଭିଟାମିନ୍ କେଶ ଝଡ଼ିବା ବନ୍ଦ କରିଥାଏ ।
ଅଦା ଏକ ନାଚୁରାଲ୍ କଣ୍ଡିସନର୍ ହୋଇଥିବାରୁ ଏହା କେଶର ରୁକ୍ଷପଣ ଦୂର କରି କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍ ରଖିଥାଏ । ତେବେ ଅ ।ସନ୍ତୁ ଜାଣିବା କେଶକୁ ଲମ୍ବା ଓ ମଜବୁତ କରିବା ପାଇଁ ଅଦାକୁ କିପରି ବ୍ୟବହାର କରିବେ ।
ବଜାରରେ ମିଳୁଥିବା ଜିଞ୍ଜର୍ ଅଏଲ୍ କେଶରେ ଲଗାନ୍ତୁ । ନଚେତ ନିଜେ ଘରେ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ପ୍ରଥେମ ଗୋଟିଏ ·ମଚ ଘିଅରେ ଜୋଜୋବା ଅଏଲ୍, ଅଲିଭ୍ ଅଏଲ୍ ଓ ଅଦା ରସ ମିଶାନ୍ତୁ । ଏହି ମିଶ୍ରଣକୁ ଭଲ ଭାବରେ ମୁଣ୍ଡରେ ମାଲିସ କରନ୍ତୁ । ୩୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ସପ୍ତାହକୁ ଏପରି ଦୁଇ ଥର କରନ୍ତୁ । ଦେଖିବେ କେଶ ମୋଟା ହେବା ସହ ଝଡ଼ିବା ବନ୍ଦ ହେବ ।
ଅଦା ଓ ଲେମ୍ବୁୁ ରସ ମଧ୍ୟ କେଶ ପାଇଁ ବ୍ୟବହାର କରିପାରିବେ । ୨ ·ମଚ ଅଦା ରସରେ ୩ ·ମଚ ରାଶି ତେଲ ଓ ଅଧା ·ମଚ ଲମ୍ବା ରସ ମିଶାନ୍ତୁ । ଏହି ମିଶ୍ରଣକୁ କେଶ ମୂଳରେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଶାମ୍ପୂ କରିନିଅନ୍ତୁ । ଏହା ଦ୍ୱାରା ରୁପି ଦୂର ହେବ । ସପ୍ତାହକୁ ତିନିଥର ଏହି ମିଶ୍ରଣକୁ ଲଗାଇପାରିବେ ।
କେଶ ପତଳା ଥିଲେ ଅଦା ଓ ପିଅ ।ଜ ରସ ଲଗାନ୍ତୁ । ପ୍ରଥମେ ୨ ·ମଚ ଅଦା ରସରେ ୧ ·ମଚ ପିଅ ।ଜ ରସ ମିଶାନ୍ତୁ । ଏହି ରସକୁ କେଶ ମୂଳରେ ୨୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ନିଅନ୍ତୁ । ସପ୍ତାହକୁ ଏପରି ଦୁଇରୁ ତିନିଥର କଲେ କେଶ ମୋଟା ହେବ ।