ଓଡିଶା

ଘରେ ପଶି ସ୍କୁଟି, ସାଇକେଲ ଜାଳିଦେଲେ ଦୁର୍ବୃତ୍ତ

(ମହାଭାରତ, ରାୟଗଡା): ରାୟଗଡା ରିଙ୍ଗ ରୋଡ ସ୍ଥିତ ଫଙ୍କସନ ହଲ୍ ଠାରେ ଏକ ମର୍ମନ୍ତୁଦ ଘଟଣା ଘଟିଛି । ଏଠାକାର ବାସିନ୍ଦା ଜୟନ୍ତୀ ଜାମୁଡାଙ୍କ ଘରେ ରାତି ଅଧରେ ଦୁର୍ବୃତ୍ତମାନେ ପଶି ଗୋଟିଏ ସ୍କୁଟି ଓ ୨ଟି ସାଇକେଲ ପୋଡି ଦେଇଛନ୍ତି । ସୂଚନା ଅନୁଯ।।ୟୀ, ଜୟନ୍ତୀଙ୍କର ଏକ ଷ୍ଟେସେନାରୀ ଦୋକାନ ରହିଛି । ଗତ ବୁଧବାର ରାତିରେ ସେ ଦୋକାନରୁ ଘରକୁ ଫେରିବା ପରେ ସ୍କୁଟି ଘର ଭିତରେ ରଖି ଦେଇଥିଲେ । ସେହିଦିନ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ବାରିପଟ ପାଚେରୀ ଡେଇଁ ଘରେ ପଶି ଗାଡିରେ ନିଆଁ ଲଗାଇ ଦେଇଥିଲେ । ତେବେ ଜୟନ୍ତୀ ତାଙ୍କ ପୋଷା କୁକୁରକୁ ରାତିରେ ଖୋଲା ଛାଡିଥିଲେ ମଧ୍ୟ ଦୁର୍ବୃତ୍ତମାନେ କୁକୁରକୁ ବାଡେଇ କାନ୍ଥ ଆରପଟେ ଫିଙ୍ଗି ଦେଇଥିଲେ । ପରେ ପାଚେରୀ ଡେଇଁ ଏଭଳି କାଣ୍ଡ ଘଟାଇଥିଲେ । ପରଦିନ ଜୟନ୍ତୀ ଏନେଇ ଥାନାରେ ଏତଲା ଦେବା ପରେ ରାୟଗଡା ପୋଲିସ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁର୍ବ ଶତ୍ରୁତାକୁ ନେଇ କେହି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଇଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ରଥରେ ଲାଗୁଛି ଓଲଟ ଶୁଆ

mahabharatanews

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

mahabharatanews

Leave a Comment