Uncategorized

ଘରେ ପ୍ରସ୍ତୁତ କରନ୍ତୁ ଛୋଲେ କୁଲ୍ଚା

(ମହାଭାରତ):
ଆବଶ୍ୟକ ସାମଗ୍ରୀ : ଚଣା, ମଇଦା, ଦହି, ଲୁଣ, ଲୁହଣୀ, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚଣାକୁ ୩ରୁ୪ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ । ଏହାପରେ ପ୍ରେସର କୁକରରେ ୪ଟି ହ୍ୱିସିଲ ଦେଇ ସିଝାଇ ଦିଅନ୍ତୁ । ଏହାପରେ ମଇଦାରେ ଦହି,ଲୁଣ ଓ ଲହୁଣୀ ପକାଇ ଏହାକୁ ନରମ ଭାବେ ଦଳି ଦିଅନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ସିଝା ଚଣା, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପରେ ମିଇଦା ଚକଟାକୁ ବଡ ବଡ ଗୁଳା କରି ବେଲନ୍ତୁ । ଏବେ ଏହାକୁ ଅଳ୍ପ ବଟର ଦେଇ ସେକି ଦିଅନ୍ତୁ । ସେକିଲା ପରେ ଏହାକୁ ମଝିରୁ କାଟି ଏଥିରେ ଚଣା ଓ ଅନ୍ୟାନ୍ୟ ସାମଗ୍ରୀ ପଡି ପ୍ରସ୍ତୁତ ହୋଇଥିବା ମସଲା ଭର୍ତ୍ତି କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ଛୋଲେ କୁଲଚ’ । ଏହାକୁ ଚଟଣୀ କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ ।

Related posts

ପେଜାବର ମଠ ପ୍ରମୁଖଙ୍କ ପରଲୋକ

mahabharatanews

ଉପହାର ହଲ ଦୁର୍ଘଟଣା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରିଜ

mahabharatanews

ଓମାର, ମୁଫ୍ତି ଆତଙ୍କବାଦୀ ନୁହଁନ୍ତି: ନାଜିର ଅହମଦ

mahabharatanews

Leave a Comment