Uncategorized

ଘରେ ପ୍ରସ୍ତୁତ କରନ୍ତୁ ସାହି ପୋଟଳ

(ମହାଭାରତ): ପୋଟଳରେ ବିଭିନ୍ନ ପ୍ରକାର ଆଇଟମ୍ କରି ଖାଇବାକୁ ପସନ୍ଦ କରିଥାଉ । ପୋଟଳରେ ସବୁ ଆଇଟମ୍ ସମସ୍ତଙ୍କୁ ମଧ୍ୟ ପସନ୍ଦ ଆସିଥାଏ । ତେବେ ବିନା ପିଆଜରସୁଣରେ ପୋଟଳ ତରକାରୀ ଭଲ ଲାଗିବ ନାହିଁ ବୋଲି ଭାବି ସବୁବେଳେ ବିଭିନ୍ନ ପ୍ରକାର ମସଲା ପକାଇ ତିଆରି କରିଥାଉ ।
ଆଜି କିନ୍ତୁ ଆମେ ଆପଣଙ୍କୁ ବିନା ପିଆଜ ରସୁଣରେ ସାହି ପୋଟଳରେ ପ୍ରସ୍ତୁତ କରିବା ଶିଖାଇବୁ ।
ଆବଶ୍ୟକ ସାମଗ୍ରୀ :
ଚୋପା ଛଡା ହୋଇଥିବା ପୋଟଳ,ସୋରିଷ ତେଲ,ଟମୋଟୋ,ଅଦା,କ୍ଷୀର,କାଜୁ,କଞ୍ଚା ଲଙ୍କା,ତେଜପତ୍ର,ଡାଲଚିନି,ଲବଙ୍ଗ,ଗୁଜୁରାତି ଏବଂ ଗୋଟା ଜିରା,ଲୁଣ,ଚିନି, ଗରମ ମସଲା ଏବଂ କଟା ଧନିଆ ପତ୍ର ।
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଗ୍ୟାସରେ ଏକ କଡେଇ ବସାଇ ସେଥିରେ ସୋରିଷ ତେଲ ଗରମ କରନ୍ତୁ । ଏହାପରେ ଚୋପା ଛଡା ହୋଇଥିବା ପୋଟଳ ପକାଇ ଭାଜନ୍ତୁ । ପୋଟଳ ସିଝିକି ଟିକେ ଭାଜି ହୋଇଗଲେ ଏକ ପାତ୍ରକୁ କାଢି ଦିଅନ୍ତୁ ।
ଏବେ ଏହାର ଗ୍ରେଭି ତିଆରି କରିବା ପାଇଁ ଟମାଟୋ, ଅଦା ଏବଂ କଞ୍ଚା ଲଙ୍କା ନେଇ ଗ୍ରାଇଣ୍ଡରେ ପେଷ୍ଟ ତିଆରି କରନ୍ତୁ । ଏହାପରେ କ୍ଷୀର ଓ କାଜୁକୁ ମଧ୍ୟ ଅଲଗା ଗ୍ରାଇଣ୍ଡ କରି ଏକ ମାତ୍ରାରେ ରଖନ୍ତୁ ।
ଏହାପରେ କଡେଇରେ ତେଲ ଗରମ କରି ତେଜପତ୍ର, ଡାଲଚିନି,ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାନ୍ତୁ । ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ । ଏହାକୁ ଏବେ ଭଲରେ ମିଶାଇ କିଛି ସମୟ କଷନ୍ତୁ । ଏହାପରେ ପୂର୍ବରୁ ତିଆରି ହୋଇଥିବା କାଜୁ ପେଷ୍ଟକୁ ପକାନ୍ତୁ । ସେଥିରେ ହଳଦୀ ଗୁଣ୍ଡ,ଧନିଆ ପାଉଡର,ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ । ଏହି ସମୟରେ ଗ୍ୟାସ ଧିମା ରଖିବେ ।
ଏହି ସବୁ ମସଲା ଭଲରେ କଷି ହୋଇଗଲା ପରେ ସେଥିରେ ପାଣି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ ଅଳ୍ପ ଚିନି ପକାଇ ଭଲରେ ମିଶାଇ ଫୁଟିବାକୁ ଦିଅନ୍ତୁ । ଏହା ପରେ ପୂର୍ବରୁ ଭଜା ହୋଇଥିବା ପୋଟଳ କପାଇ ଫୁଟିବାକୁ ଛାଡି ଦିଅନ୍ତୁ । ଝୋଳ ଯେପରିକି ଅଧିକ ରହିବ ନାହିଁ । ଗ୍ରେଭି ହେଲା ପରି ଆପଣ ପାଣି ଦେବେ ।
ଶେଷରେ ଗରମ ମସଲା ଏବଂ କଟା ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ସାହି ପୋଟଳ । ଏହାକୁ ଆପଣ ଫାଏଡ ରାଇସ୍ ବା ରୁଟିରେ ଖାଇଲେ ଭଲ ଲାଗିବ ।

Related posts

ଅଜଣା ଜ୍ୱର ଆତଙ୍କ: ୩୨ଶିଶୁଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ

mahabharatanews

ଦୁଇ ମତ୍ସଜୀବୀଙ୍କୁ ସୋନପୁର ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା

mahabharatanews

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

mahabharatanews

Leave a Comment