(ମହାଭାରତ): ବଢୁଥିବା ପ୍ରଦୂଷଣ,ବଦଳୁଥିବା ଜୀବନ ଶୈଳୀ କାରଣରୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଯୁବତୀ ମାନଙ୍କ ମୁହଁରେ ବ୍ଲାକ ହେଡ୍ସ,ହ୍ୱାଇଟ ହେଡ୍ସ ,ବ୍ରଣ ପରି ସମସ୍ୟା ମାନ ଯେମିତି ସାଧାରଣ ହୋଇଗଲାଣି । ବିଶେଷଜ୍ଞଙ୍କ ଅନୁଯାୟୀ ବିଭିନ୍ନ କାରଣରୁ ସ୍କିନ ପୋର ବନ୍ଦ ହୋଇଯାଇଥାଏ ,ତେଣୁ ଏପରି ସମସ୍ୟା ମାନ ଉପୁଜିଥାଏ । ପାର୍ଲରରେ ଏହାର ଉପଚାର କରିବା ଦ୍ୱାରା ଅସହ୍ୟ ଯନ୍ତ୍ରଣା ହେବା ସହ ହଜାର ହଜାର ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ ।
କିନ୍ତୁ ଘରୋଇ ଉପାୟରେ ବି ଖୁବ ସହଜରେ ଆପଣ ଏପରି ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟାରୁ ମୁକ୍ତି ପାଇବେ । ଏଥିପାଇଁ ଆପଣଙ୍କୁ ଏକ ସ୍କ୍ରବ ପ୍ରସ୍ତୁତ କରିବାକୁ ପଡ଼ିବ ।
ଗୋଟିଏ ପାତ୍ରରେ କଦଳୀ ଗୋଟେ,ଓଟ୍ସ ଗୋଟେ ଚାମଚ, ମହୁ ଗୋଟେ ଚାମଚ,ଅଲିଭ ଅଏଲ ଗୋଟେ ଚାମଚ,ବାଦାମ ତେଲ ଗୋଟେ ଚାମଚ ଏକାଠି କରି ଭଲ ଭାବେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଯାଇଥିବା ଏହି ମିଶ୍ରଣକୁ ଗୋଲାକାର ଭାବେ ନିଜ ଚେହେରାରେ ହାଲକା ମସାଜ କରାଇ ନିଅନ୍ତୁ । ୫ରୁ ୧୦ ମିନିଟ ପାଇଁ ଏହାକୁ ନିଜ ମୁହଁରେ ରଖନ୍ତୁ । ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ । ଚେହେରାରୁ ବ୍ଳାକ ହେଡ୍ସ ଗାୟବ କରି ଉଜ୍ୱଳତା ଆଣିବାରେ ଏହା ହେଉଛି ସର୍ବୋତ୍ତମ ଉପାୟ ।