ଓଡିଶା

ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ, ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

(ମହାଭାରତ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳ ରୁଗୁଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ ଝଗଡାକୁ ନେଇ ଗୋଟିଏ ପରିବାରର ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟି ପିଟି ମାରି ଦେଇଥିବା ଜଣାପଡିଛି । ମୃତକ ଜଣକ ଦେବାନବାହାଳି ଗାଁର ଜିରେ ସାଏ ବୋଲି ଜଣାଯାଇଛି । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଜଣକ ଫେରାର ଥିବା ବେଳେ ପୋଲିସ ମହିଳାଙ୍କ ଶ୍ୱଶୁର ଘର ଲୋକଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି । ସୂଚନା ଅନୁଯାୟୀ, ରୁଗୁଡି ଗାଁର ଗୁରା ସାଏ ବିବାହିତ ହୋଇଥିଲେ ମଧ୍ୟ କିନ୍ତୁ ଦୁଇ ବର୍ଷ ପୂର୍ବେ ଦେବାନବାହାଳି ଗାଁର ଜିରେ ସାଏଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଗତ ରବିବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡା ଲାଗିଥିଲା । ଏହା ପରେ ତୀବ୍ର ରୂପ ନେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଗୁରୁ ସାଏ ନିଜ ସ୍ତ୍ରୀଙ୍କୁ ପିଟି ପିଟି ମାରି ଦେଇଥିଲେ । ତେବେ ଏହି ଘଟଣା ବିଷୟରେ କେହି ଯେପରି ଟେର ନ ପାଅନ୍ତି ସେଥିପାଇଁ ମୃତଦେହକୁ ସେ ଘରେ ଲୁଚାଇ ରଖିଥିଲେ । ପରେ ସେଠାରୁ ଫେରାର ହୋଇଯାଇଥିଲେ । ଗତ ମଙ୍ଗଳବାର ହତ୍ୟାକାଣ୍ଡ ବିଷୟରେ ମୃତା ମହିଳାଙ୍କ ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ତେବେ ଅଭିଯୁକ୍ତ ଜଣକ ଫେରାର ଥିବାରୁ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ତାଙ୍କ ପରିବାରବର୍ଗଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Related posts

ଉଦଳା ବିଜେଡି ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

mahabharatanews

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା, ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

ସେଲଫି ନେବାକୁ ଯାଇ ଯୁବକ ଗୁରୁତର

mahabharatanews

Leave a Comment