Uncategorized

ଘାଟକୋପର କାରଖାନାରେ ନିଆଁ ଲାଗି ୨ ମୃତ

(ମୁମ୍ବାଇ): ରାଜଧାନୀ ଦିଲ୍ଲୀ ପରେ ଏବେ ମୁମ୍ବାଇର ଏକ କାରଖାନାରେ ଗତ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ କାରଖାନାରେ ଶୁକ୍ରବାର ରାତି ପ୍ରାୟ ସାଢେ ୯ଟାରେ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ କର୍ମଚାରୀମାନେ ୧୫ଟି ଗାଡି ନେଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଥିଲେ । ବହୁ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଏହି ଅଗ୍ନିକାଣ୍ଡ ସମୟରେ ଜଣେ ପୁରୁଷ ଓ ମହିଳା ନିଖୋଜ ଥିବା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଜଣାଇଥିଲେ । ଶନିବାର ସକାଳେ ଉଭୟଙ୍କ ମୃତଦେହ ମିଳିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ତେେବେ କାରଖାନାରେ ନିଆଁ ଲାଗିବାର କାରଣ ଏଯାଏ ଜଣାପଡି ନାହିଁ ।

Related posts

ରାମ ମନ୍ଦିର ଟ୍ରଷ୍ଟ ଗଠନ, ୧୫ ଟ୍ରଷ୍ଟିଙ୍କ ମଧ୍ୟରେ ରହିବେ ଜଣେ ଦଳିତ

mahabharatanews

ଶୋପିଆନରେ ଏନକାଉଣ୍ଟର: ସେନା ଗୁଳିରେ ୩ ଆତଙ୍କବାଦୀ ନିହତ

mahabharatanews

ଲକଡାଉନ ନାଁରେ ସରକାରୀ ନିର୍ଦ୍ଦେଶକୁ ପୁଲିସର ଅବମାନନା

mahabharatanews