(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଚିକିତ୍ସା କରିବା ଆଳରେ ମହିଳା ରୋଗୀଙ୍କୁ ଜଣେ ବୈ÷ଦ୍ୟ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ବୈ÷ଦ୍ୟଙ୍କ ଏହି କୁକର୍ମ ପାଇଁ ତାଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ୬୯ ବର୍ଷିୟ ବଡରାମ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ସ୍ଥାନୀୟ ଅଞ୍ଚଳରେ ବୈଦ୍ୟ ଭାବେ ପରିଚିତ । ସେ ରୋଗୀ ସେବା ସହ ଗୁଣି ଗାରେଡି ଜାଣନ୍ତି ବୋଲି ମଧ୍ୟ ଜଣାଯାଇଛି । ତେବେ ନିକଟସ୍ଥ ଗାଁର ଜଣେ ଯୁବତୀ ତାଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ଆଳରେ ବୈ÷ଦ୍ୟ ଜଣକ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏସମ୍ପର୍କରେ କାହାକୁ କିଛି କହିଲେ ଗୁଣି କରି ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ତେବେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ଯୁବତୀ ଜଣକ ଗୋରୁମହିଷାଣି ଥାନାରେ ଅଭିଯୋଗ କରିବା ପରେ ପୋଲିସ ବୃଦ୍ଧ ବୈ÷ଦ୍ୟଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ।
previous post
next post
