ଓଡିଶା

ଛାତ୍ରଛାତ୍ରଙ୍କ ଦ୍ୱାରା ମାସ୍କ ବଣ୍ଟନ

କୋରାପୁଟ: ବିଶ୍ୱରେ କରୋନା ମହାମାରୀର ରୂପ ନେଇ ସାରିଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏହାର ମୁକାବିଲା ପାଇଁ ପ୍ରତ୍ୟେକ ଜିଲ୍ଲାରେ କରୋନା ସଚେତନତା କମିଟି ଗଠନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ବିଭିନ୍ନ ଅଂଚଳରେ ମାଇକ ପ୍ର·ର କରାଯାଇ ଜନସାଧାରଣଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ମଙ୍ଗଳବାର ମଧ୍ୟରାତ୍ରିରୁ ଲକ ଡାଉନ ହୋଇଥିବା ବେଳେ କୋରାପୁଟ ଉଚ୍ଚ ବାଳକ ବିଦ୍ୟାଳୟ ର ୨ହଜାର ମସିହା ଦଶମ ଶ୍ରେଣୀର ଛାତ୍ରମାନେ ନିଜସ୍ୱ ଖର୍ଚ୍ଚ ରେ କୋରାପୁଟ ସହର ଏବଂ ନାରାୟଣପାଟଣା ବିସ୍ଥାପିତ ପରିବାରଙ୍କୁ ମାଗଣା ରେ ମାସ୍କ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀନିବାସ ସୂଚନା ଦେଇଛନ୍ତି । ସୁନାବେଡ଼ ଠାରୁ ଜୟପୁର ଯିବା ରାସ୍ତାରେ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଛି । ମାଗଣାରେ ମାସ୍କ ବଣ୍ଟନ ହେଉଛି କୋରାପୁଟ ସହର ପାଇଁ ପ୍ରଥମ । କୋରାପୁଟ ସହରରେ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ପରି କାର୍ଯ୍ୟ ଆରମ୍ଭ କରିନଥିବା ଜଣାପଡିଛି । କୋରାପୁଟ ସହରର ଜରୁରୀ କାଳୀନ ପରିସ୍ଥିତି ପାଇଁ ଯାତାୟାତ କରୁଥିବା ଲୋକଙ୍କୁ ଏବଂ କରୋନା ପାଇଁ ଲକ ଡାଉନ ସମୟରେ ପୁଲିସ କର୍ମ·ରୀ, ସମେତ ଗରିବ ଲୋକଙ୍କୁ, ସହର ବାହାରୁ ଆସୁଥିବା ପରିବା ବିକାଳୀ ଙ୍କୁ, ସହରରେ ରହିଥିବା ବସ୍ତି ଅଞ୍ଚଳ ମାନଙ୍କରେ ୯ହଜାର ଉର୍ଦ୍ଧ୍ୱ ମାସ୍କ ମାଗଣାରେ ବାଣ୍ଟିବାକୁ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଠାରୁ ଅନୁମତି ନେଇ ଯୋଜନା କରାଯାଇ ମାସ୍କ ତିଆରି ·ଲିଥିବା ମାସ୍କ ବଣ୍ଟନ କରୁଥିବା ସୁରେଶ କହିଛନ୍ତି । ଏହି ପରି କାର୍ଯ୍ୟକୁ ସହର ଚର୍ଚ୍ଚା ହୋଇ ଉକ୍ତ ଛାତ୍ରମାନଙ୍କୁ ସହରବାସୀ ପ୍ରଶଂସା କରୁଛନ୍ତି ।

Related posts

ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ

mahabharatanews

ଗଞ୍ଜେଇ ଖୋଜିଲାବେଳେ ବାହାରିଲା ଏକ କୁଇଣ୍ଟାଲ ରୁପା ଇଟା

mahabharatanews

ରଥକୁ ନେଇ ମେ ୩ ପରେ ନିଷ୍ପତ୍ତି: ଗଜପତି ମହାରାଜା

mahabharatanews