ଅହମଦାବାଦ: ଗୁଜୁରାଟର ଭୁଜରେ ଥିବା ଏକ କଲେଜରେ ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ଉଲଗ୍ନ କରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଗୃହ ବିଭାଗ ଓ ଶିକ୍ଷାବିଭାଗକୁ ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେବା ସହ ଗୃହ ବିଭାଗକୁ ଓ ଶିକ୍ଷା ବିଭ।।ଗକୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବା ରୂପାନି ଏଏନଆଇକୁ ସୂଚନା ଦେଇଛନ୍ତି । କଲେଜର କିଛି ଛାତ୍ରୀଙ୍କ ବାସ୍ତବରେ ମାସିକ ଋତୁ ସ୍ରାବ ହେଉଛି କି ନାହିଁ ଯାଞ୍ଚ କରିବାକୁ ସେମାନାଙ୍କୁ ଗାଧୁଆଘରେ କଲେଜ ପ୍ରଶାସନ ଉଲଗ୍ନ କରିଥିବା ନେଇ ଛାତ୍ରୀମ।।ନେ ଅଭିଯୋଗ କରିଥିଲେ ।
ରୂପାନି ଆହୁରି କହିଛନ୍ତି, ଏହି ଘଟଣାରେ ଶୁକ୍ରବାର ଏକ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି । ଶ୍ରୀ ସହଜାନନ୍ଦ ଗାର୍ଲସ୍ ଇନଷ୍ଟିଚ୍ୟୁଟର (ଏସଏସଜିଆଇ) ପ୍ରାୟ ୬୮ ଜଣ ଛାତ୍ରୀଙ୍କ ପୋଷାକ ଖୋଲାଯାଇ ସେମାନଙ୍କ ତନଖି ହୋଇଥିଲା । ଏହାକୁ ନେଇ ଛାତ୍ରୀମ।।ନେ କଲେଜ ପ୍ରଶାସନ ବିରୋଧରେ ଦୃଡ କାର୍ଯ୍ୟାନୁଷ୍ଠ।।ନ ଦାବି କରିଛନ୍ତି । ଛାତ୍ରୀମାନେ କହିଛନ୍ତି, ସେମାନେ କଲେଜର ସମ୍ମାନ କରନ୍ତି । କିନ୍ତୁ କର୍ତ୍ତୃପକ୍ଷ ଯାହା କରିଛି, ତ।।ହା ଉଚିତ ନ ଥିଲା । ତେଣୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ଛାତ୍ରୀମ।।ନେ ଅ।।ହୁରି ଅଭିଯୋଗ କରିଛନ୍ତି କି, କଲେଜର ପ୍ରିନ୍ସିପାଲ ସେମାନଙ୍କୁ ବ୍ଲାକମେଲ କରି ସେମାନଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ । ପ୍ରିନ୍ସିପାଲ ଓ କିଛି ଅନ୍ୟ କର୍ମଚାରୀ ସେମାନଙ୍କୁ ଡକାଇ ସେମାନଙ୍କୁ ଆବେଗିକ ବ୍ଲାକମେଲ କରିଥିଲେ ।