ଅପରାଧଓଡିଶା

ଜନ୍ମକଲା ମା’କୁ ହତ୍ୟା କଲା ପୁଅ

ମଧୂସୁଦନ ବହିଦାର/ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଳା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ନୂଆପଡା ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ୭୦ ବର୍ଷୀୟା ସାବିତ୍ରୀ ରେନ୍ଦିଆଙ୍କୁ ତାଙ୍କ ବଡ ପୁଅ ଫକୀର ରେନ୍ଦିଆ ଟାଗିଂଆରେ ହାଣି ହତ୍ୟା କରିଛି । ହତ୍ୟା ପରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ସହ ବନ୍ଧପଡା ଫାଣ୍ଡିରେ ଆତ୍ମ ସମର୍ପଣ କରିଛି ମାତୃହନ୍ତା । ହତ୍ୟାକାରୀକୁ ଦେଓଗାଁ ଥାନାକୁ ଆଣି ଅଟକ ରଖିବା ସହିତ ଅଧିକ ପଚରା ଉଚୁରା ଜାରୀ ରଖିଛି ଦେଓଗାଁ ପୋଲିସ । ଏଥିସହ ପୋଲିସ ଶବକୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଛି ।

ସୂଚନା ମୁତାବକ. କୌଣସି କାରଣରୁ ନିଜ ମା’ ବାପାଙ୍କ ସହିତ ବଡ ପୁଅର ସଂପର୍କ ଭଲ ନଥିଲା । ତେଣୁ ମୃତ ସାବିତ୍ରୀ ନିଜ ସ୍ୱାମୀ ମୂରଲୀଙ୍କ ସହିତ ନୂଆପଡା ଗାଁରେ ରହୁଥିଲେ ଓ ସେଠାରୁ ମାତ୍ର କିଛି କିଲୋମିଟର ଦୂରରେ ମାମୁଁ ଘର ଗାଁରେ ବଡ଼ ପୁଅ ଫକୀର ନିଜ ପରିବାର ସହିତ ରହୁଥିଲା । ଗତକାଲି ଫକୀର ନୂଆପଡା ଗାଁକୁ ଆସି ନିଜ ମାଁ କୁ ଟାଗିଂଆରେ ହତ୍ୟା କରିଥିଲା । ଅପର ପକ୍ଷରେ ମୃତକଙ୍କ ସ୍ୱାମୀ ପୁଅ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ।

Related posts

କୋର୍ଟରେ ହାଜର ହେଲେନି ଅନୁଭବ  

mahabharatanews

‘ସାବାସ ତେଲେଙ୍ଗାନା ପୁଲିସ୍ , ମୋର ଅଭିନନ୍ଦନ

mahabharatanews

ଏମ୍ଫୋଭ୍ୟାଲି ଥାନା ଅଧୀନରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

mahabharatanews

Leave a Comment