Uncategorized

ଜଷ୍ଟିସ ମୁରଲିଙ୍କ ଦିଲ୍ଲୀ ହିଂସା ଶୁଣାଣି କାଳରେ ବଦଳି

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦିଲ୍ଲୀରେ ହୋଇଥିବା ହିଂସା ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ ଏନ ମୁରଲିଧରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପଞ୍ଜାବ ଆଣ୍ଡ ହରିଆଣାର ହାଇକୋର୍ଟକୁ ବଦଳି କରାଯାଇଛି । ଏହି ବଦଳିକୁ ନେଇ ବିରୋଧୀ କଂଗ୍ରେସ କେନ୍୍ର ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଜବାବ ରଖିଛନ୍ତି ।

ଦିଲ୍ଲୀ ହିଂସା ପରେ ଦିଲ୍ଲୀ ହାଇକୋର୍ଟର ଶୁଣାଣି କ।।ଳରେ ସେ ଦିଲ୍ଲୀ ପୁଲିସର କାର୍ଯ୍ୟକାରିତାରେ କ୍ଷୁବ୍ଧ ହୋଇ କହିଥିଲେ, ଦିଲ୍ଲୀରେ ଦ୍ୱିତୀୟ ୧୯୮୪ ହେବ।।କୁ ଦେବୁ ନାହିଁ । ଏହା ବ୍ୟତୀତ ସିଏଏ ବିରୋଧୀ ପ୍ରଦର୍ଶନ ବେଳେ ଆହତ ହୋଇଥିବା ଲୋକଙ୍କୁ ସୁରକ୍ଷା ଓ ଉତ୍ତମ ଚିକିତ୍ସା ପାଇଁ ଜଷ୍ଟିସ ମୁରଲିଧର ଗତ ୨୫ ତାରିଖ ରାତିରେ ଶୁଣାଣି କରିଥିଲେ । ତାଙ୍କ ସଚ୍ଚୋଟତା, ନିର୍ଭିକତା ଓ ସ୍ପଷ୍ଟବାଦିତା ସରକାରକୁ ଅଡୁଆରେ ପକାଉଥିବାରୁ ତ।।ଙ୍କୁ ବଦଳି କରାଯାଇଥିବା କୁହାଯାଉଛି ।

ଜଷ୍ଟିସ ମୁଳଲିଙ୍କ ବଦଳିକୁ ନେଇ ରାହୁଲ ଗାନ୍ଧୀ ଟୁଇଟ କରି ଜଷ୍ଟିସ ଲୋୟାଙ୍କୁ ମନେ ପକାଇଛନ୍ତି । ଏହା ଉପରେ ଆଇନ ମନ୍ତ୍ରୀ ରବିଶଙ୍କର କହିଛନ୍ତି, ଦଳ ପୁଣି ଥରେ ଦେଖାଇଛି, ନ୍ୟାୟପାଳିକାକୁ କେତେ ସମ୍ମାନ କରେ । ତାଙ୍କ ବଦଳିର ସୁପାରିଶ ୧୨ ଫେବୃଆରୀକୁ ହୋଇଥିଲା । ସେ ଆହୁରି କହିଛନ୍ତି, ଏକ ନିୟମିତ ବଦଳିକୁ ନେଇ କଂଗ୍ରେସ ପୁଣି ରାଜନୀତିକରଣ କରି ନ୍ୟାୟପାଳିକାର କେତେ ସମ୍ମାନ କରେ ତାହା ଦର୍ଶାଇଛି । ରାହୁଲ ଗାନ୍ଧୀ କଣ ନିଜକୁ ଉଚ୍ଚ ନ୍ୟାୟାଳୟଠାରୁ ଉଚରେ ନିଜକୁ ଭାବନ୍ତି ବୋଲି ରବିଶଙ୍କର ପ୍ରଶ୍ନ କରିଛନ୍ତି ।

ଜଷ୍ଟିସ ଏନ ମୁରଲିଧର ୨୦୦୩ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସିଲ କରି ୨୦୦୪ରେ ଲ, ପଭର୍ଟି ଆଣ୍ଡ ଲିଗାଲ ଆଣ୍ଡ ଏକ୍ସେସଟୁ ପ୍ରିମିନାଲ ଜଷ୍ଟିସ ନାମକ ଏକ ପୁସ୍ତକ ଲେଖିଥିଲେ । ସେ ସେପ୍ଟେମ୍ବର ୧୯୮୪ରେ ଚେନ୍ନାଇରୁ ତାଙ୍କ ଓକିଲାତି ଆରମ୍ଭ କରିଥିଲେ । ୧୯୮୭ରେ ସେ ସୁପ୍ରିମ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଓକିଆଲି ଆରମ୍ଭ କରିଥିଲେ । ୨୦୦୬ରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ । ସେ ଦୁଇଥର ସୁପ୍ରିମକୋର୍ଟର ଲିଗାଲ ସର୍ଭିସ କମିଟିର ସକ୍ରିୟ ସଦସ୍ୟ ମଧ୍ୟ ଥିଲେ । ଏନ ମୁରଲିଧର ରାଷ୍ଟ୍ରୀୟ ମାନବାଧିକାର ଅ।।ୟୋଗ ଓ ଭାରତୀୟ ନିର୍ବାଚନ କମିଶନର ପରାମର୍ଶଦାତା ରହିଥିଲେ । ଏହା ବ୍ୟତୀତ ଡିସେମ୍ବର ୨୦୦୨ରୁ ୨୦୦୬ ପର୍ଯ୍ୟନ୍ତ ସେ ଲ କମିଶନର ପାର୍ଟ ଟାଇମ ସଦସ୍ୟ ଥିଲେ । ସେ ୨୦୦୬ରୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିୟୋଜିତ ଅଛନ୍ତି । ତାଙ୍କ କ।।ର୍ଯ୍ୟକାଳ ୨୦୨୩ରେ ଶେଷ ହେବ । ତାଙ୍କ ସଚ୍ଚୋଟତା, ନିର୍ଭିକତା ଓ ସ୍ପଷ୍ଟବାଦିତା ପାଇଁ ପୂର୍ବରୁ ମଧ୍ୟ ଦୁଇଥର ତାଙ୍କୁ ବଦଳି କରିବାକୁ ୨୦୧୮ ଡିସେମ୍ବର ଓ ଜାନୁଆରୀ ୨୦୧୯ରେ ଚର୍ଚ୍ଚ ହୋଇଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ କିଛି ବିଚାରପତିଙ୍କ ବିରୋଧ କରଣରୁ ଏହାକୁ ଅଟକା ଯାଇଥିଲା ।

Related posts

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କଲାଣି

mahabharatanews

ଭାରତରୁ ନିଜ ନାଗରିକଙ୍କ ଉଦ୍ଧାର କରୁଛି ବ୍ରିଟେନ

mahabharatanews

ନର୍କ ଗୁମ୍ପା

mahabharatanews

Leave a Comment