Uncategorized

ଜାଣନ୍ତୁ ଭୋଜନ ଆରମ୍ଭରେ ରାଗ ଏବଂ ଶେଷରେ ମିଠା ଖାଇବାର କ’ଣ ରହିଛି ଫାଇଦା

(ମହାଭାରତ): ପ୍ରାଚୀନକାଳରେ ଲୋକମାନେ ଖାଦ୍ୟ ଖାଇବା ପରେ ନିଶ୍ଚିତ ମିଠା ଖାଇଥାନ୍ତି । ହିନ୍ଦୁ ଶାସ୍ତ୍ର ଏବଂ ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହାର ଉଲ୍ଲେଖ ରହିଛି । ମିଠା ଖାଇବା ବିଷୟରେ ତ ଆପଣମାନେ ଜାଣିଥିବେ କିନ୍ତୁ ଖୁବ୍ କମ ଲୋକ ଜାଣିଥିବେ ଖାଇବା ପୂର୍ବରୁ ରାଗ କାହିଁକି ଖିଆଯାଏ । ତେବେ ଜାଣନ୍ତୁ କ’ଣ ରହିଛି ଏହାର କାରଣ ।
ରାଗ ଖାଇବାର କାରଣ:
ଖାଇବା ପୂର୍ବରୁ ରାଗ ଖାଇବା ଦ୍ୱାରା ପାଚନ ତନ୍ତ୍ର ସକ୍ରିୟ ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଯେତେବେଳେ ଆପଣ ଚରଖା ଖାଇଥାନ୍ତି ଏହା ଆପଣଙ୍କ ଶରୀରରେ ପାଚକ ରସ ଏବଂ ଏସିଡି ଜାରି କରିଥାଏ,ଯାହା ପାଚନ ପ୍ରକ୍ରିୟା ବୃଦ୍ଧି କରିଥାଏ । ଏହାଦ୍ୱାରା ଆପଣଙ୍କ ଶରୀରରେ ପାଚନ ପ୍ରକ୍ରିୟା ସଠିକ୍ ରୂପେ କାମ କରିଥାଏ । ଆୟୁର୍ବେଦ ଅନୁଯାୟୀ ଖାଇବା ଆରମ୍ଭରେ ରାଗ ଖାଇବା ଦ୍ୱାରା ଭୋଜନ ଶେଷ ହେବା ପରେ ପେଟରେ ପାଚନ ତତ୍ତ୍ୱ ତଥା ଅମ୍ଳ ସକ୍ରିୟ ହୋଇଥାଏ ।
ମିଠା ଖାଇବାର କାରଣ:
ମିଠାରେ କାର୍ବୋହାଇଡ୍ରେଡ ରହିଥାଏ, ଯାହା ପାଚନ ପ୍ରିକ୍ରିୟାକୁ କମାଇଦେଇଥାଏ । ଏହି କାରଣରୁ ଖାଇବା ପରେ ମିଠା ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ହୋଇଥାଏ ।
ମିଠା ଖାଇବା ଦ୍ୱାରା ସେରୋଟୋନିନ ନାମକ ହର୍ମୋନର ସ୍ତର ବଢିଥାଏ । ଏହା ନ୍ୟୁରୋଟ୍ରାନ୍ସମିଟରର କାମ କରିଥାଏ,ଯାହା ଦ୍ୱାରା ମିଠା ଖାଇବ।। ପରେ ଆପଣଙ୍କୁ ଖୁସି ଅନୁଭବ ହୋଇଥାଏ । ବାସ୍ତବରେ ମିଠା ସେବନ କରିବା ଦ୍ୱାରା ଏମିନୋ ଏସିଡ୍ ଟ୍ରିପ୍ଟୋଫୈନର ଅବଶୋଷଣକୁ ବଢାଇଥାଏ ।

Related posts

ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ

mahabharatanews

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି

mahabharatanews

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews

Leave a Comment