ଓଡିଶା

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଖୋର୍ଦ୍ଧା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଖୋର୍ଦ୍ଧା ପକ୍ଷରୁ ସ୍ଥାନୀୟ ହାବେଳି ପଡ଼ିଆ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲ୍ଲାପାଳ ସୀତାଂଶୁ କୁମାର ରାଉତ, ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଟାଙ୍ଗୀ ବ୍ଲକ୍‌ର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷା ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦର ସଭ୍ୟା ଗୀତାଞ୍ଜଳି ପାଟଶାଣୀ ଯୋଗ ଦେଇ ଶିଶୁ କନ୍ୟାମାନଙ୍କର ଯତ୍ନ ଏବଂ ସେମାନଙ୍କର ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରିବା ସହ ୨୦୧୧ ମସିହା ଜନ ଗଣନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଏକ ହଜାର ପୁଅଙ୍କ ମଧ୍ୟରେ ୯୧୬ଜଣ ଝିଅ ଥିବା ନେଇ ଚିନ୍ତା ପ୍ରକଟ କରିବା ସହିତ ୨୦୨୧ ମସିହାରେ ହେବାକୁ ଥିବା ଜନଗଣନାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛାତ୍ରୀ ତଥା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି କୃର୍ତିତ୍ୱ ହାସଲ କରିଥିବା ଦେବସ୍ମିତା ଦାସ, ମହିଳା ଅଟୋଚାଳିକା ଚିନା ବର୍ମନ, ମାଛ ବିକ୍ରୀ କରୁଥିବା ସୁଜାତା ବେହେରାଙ୍କ ସମେତ ୨୮ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା ।

Related posts

ଗତ ୨୪ ଘଣ୍ଟାରେ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ

mahabharatanews

ରାଜଧାନୀରେ ଘରେ ଲାଗିବ ଡିଜିଟାଲ ନମ୍ବର

mahabharatanews

ଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତର

mahabharatanews

Leave a Comment