ହାଇଦ୍ରାବାଦ: କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀରରେ ଏକ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ନିର୍ମାଣ ପାଇଁ ଜାମ୍ମୁ ସରକାର ୧୦୦ ଏକରର ଜାଗା ତିରୁପତି ତିରୁମାଲା ଦେବ । ପ୍ରଭୁ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ମନ୍ଦିର ନିର୍ମାଣ ପାଇଁ ଜାମ୍ମୁ ପ୍ରଶାସନ ୭ଟି ସ୍ଥାନ ନିରୁପଣ କରିଛି । ତିରୁମାଲା ତିରୁପତି ଦେଭସ୍ଥାନମ (ଟିଟିଡି)ର ଏକ ଅଧିକାରିକ ଦଳ ଏଥିନେଇ ଜ।।ମ୍ମୁ ପ୍ରଶ।।ସନ ସହ ଆଲୋଚାନା କରୁଛି ଓ ଖୁବ ଶିଘ୍ର ଜାଗା ଚିହ୍ନଟ ପାଇଁ ଯିବାର କାର୍ଯ୍ୟକ୍ରମ ରହିଥିବା ଟିଟିଡିର ଅଧ୍ୟକ୍ଷ ୱାଇ ଭି ଶୁଭାରେଡ୍ଡୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଜାମ୍ମୁ ପ୍ରଶାସନ ଟିଟିଡିକୁ ଜାମ୍ମୁ-କତ୍ରା ରାଜପଥ ନିକଟରେ ଜାଗା ଦେବାକୁ ରାଜି ହୋଇଯାଇଛି । ଏହା ବ୍ୟତୀତ ଟିଟିଡି ଆସନ୍ତା ୨ ବର୍ଷ ମଧ୍ୟରେ ଏକ ଭେଦିକ ସ୍କୁଲ ଓ ଏକ ହସ୍ପିଟାଲ ନିର୍ମାଣ କରିବ ।
ଟିଟିଡି ବୋର୍ଡର ସଦସ୍ୟ ପୁଟ୍ଟା ପ୍ରଥାପ ରେଡୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମନ୍ଦିର ପ୍ରଶାସନର ଅଧିକାରୀମାନେ ଜାମ୍ମୁ ମୁଖ୍ୟ ସଚିବଙ୍କୁ ଭେଟିଛନ୍ତି ଓ ଆମ ପ୍ରୋଜେକ୍ଟ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି । ଆମେ ଉତ୍ତର ଭାରତର ଅନେକ ଶ୍ରଦ୍ଧାଳୁଙ୍କଠାରୁ ଉତ୍ତର ଭାରତରେ ଭଗବାନ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ମନ୍ଦିର ନିର୍ମାଣ ପାଇଁ ଦାବି କରି ଆସୁଥିଲେ । ସେହି ଦାବିକୁ ଦୃଷ୍ଟିରେ ରଖି ମୁମ୍ବ।।ଇ ଓ ଜାମ୍ମୁରେ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରାଯିବ । ଏହା ବ୍ୟତୀତ ଟିଟିଡି ଟ୍ରଷ୍ଟ କୁରୁକ୍ଷେତ୍ରରେ ଏକ ବେଦ ପାଠଶାଳା ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି । ମହାରାଷ୍ଟ୍ର ସରକାର ମୁମ୍ବାଇରେ ମନ୍ଦିର ନିର୍ମାଣ ପାଇଁ ବାନ୍ଦ୍ରା ନିକଟରେ ଜାଗା ପ୍ରଦାନ କରିଛି ।