(କୋଏମ୍ବାତୁର): ତାମିଲନାଡୁର କୋଏମ୍ବାତୁରରେ ପ୍ରସିଦ୍ଧ ଜାଲିକାଟ୍ଟୁ ପ୍ରତିଯୋଗିତା ଜାରି ରହିଛି । ଷଣ୍ଢମାନଙ୍କୁ କାବୁ କରିବା ପାଇଁ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ଏଯାଏ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । କୋଏମ୍ବାତୁରର ଛେଟିପାଲାୟମ ଅଞ୍ଚଳରେ ଚାଲିଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ପ୍ରତିଯୋଗିମାନେ ଏଥିରେ ଅଂଶଗହଣ କରିଥାନ୍ତି । ଚଳିତଥର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ସଂଖ୍ୟାରେ ଷଣ୍ଢ ଜାଲିକାଟ୍ଟୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ତାମିଲନାଡୁ ସରକାର ଓ ଜାଲିକାଟ୍ଟୁ ପେରାଭାଇ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ୨୦୧୪ରେ ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି କରି ଏହି ପ୍ରତିଯୋଗିତା ଉପରେ ସୁପ୍ରିମକୋର୍ଟ ନିଷେଧାଦେଶ ଲଗାଇଥିଲେ । ଏହାକୁ ବିରୋଧ କରି ତାମିଲନାଡୁରେ ଆନ୍ଦୋଳନ ଜୋର ଧରିବା ପରେ ୨୦୧୭ରେ ଏହି ନିଷେଧାଦେଶ ପ୍ରତ୍ୟାହାର କରାଯାଇଥିଲା ।
previous post
next post