(ମହାଭାରତ): ଆଜିକାଲି ବଦଳୁଥିବା ଫ୍ୟାଶନ ଟ୍ରେଣ୍ଡ ଅନୁଯାୟୀ,ବଜାରକୁ ଭିନ୍ନ ଭିନ୍ନ ରକମର ଜିନ୍ସ ଆସୁଛି । ଛୋଟଠୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଜିନ୍ସ ପିନ୍ଧିବାକୁ ଭଲ ପାଉଛନ୍ତି । ହେଲେ ଆପଣଙ୍କ ମନପସନ୍ଦର ଜିନ୍ସ ପ୍ୟାଣ୍ଟକୁ ଠିକ୍ ଭାବେ ସଫା ନକରି ପାରିବା ଯୋଗୁଁ ଏହାର ରଙ୍ଗ ଉଡି ଯାଉଛି ବା ଏହା ଶୀଘ୍ର ଖରାପ ହୋଇଯାଉଛି । ଆଜି ଆମେ ଆପଣଙ୍କୁ କିଛି ଉପାୟ ବତାଇବୁ । ଯାହା ଆପଣାଇଲେ ଆପଣଙ୍କ ଜିନ୍ସ ସବୁବେଳେ ନୂଆ ପରି ଦିଶିବ ।
୧- ଯଦି ଆପଣ ୱାଂଶି ମ୍ୟାସିନରେ ଜିନ୍ସ ଧୋଉଛନ୍ତି,ତେବେ ମ୍ୟାସିନକୁ ଜେଣ୍ଟଲ ମୋଡରେ ରଖନ୍ତୁ । ଏହା ଦ୍ୱାରା ଜିନ୍ସରୁ ବେଶୀ ରଙ୍ଗ ଛାଡିବ ନାହିଁ ।
୨- ଜିନ୍ସ ଧୋଇବାକୁ ସବୁବେଳେ ମାଇଲ୍ଡ ଡିଟରଜିଣ୍ଟ୍ ବ୍ୟବହାର କରନ୍ତୁ । ବ୍ଲିଚିଂ ଓ ୃଧିକ କାଷ୍ଟିକ ସୋଡା ଥିବା ଡିଟରଜିଣ୍ଟରେ ଜିନ୍ସ ପ୍ୟାଣ୍ଟ ଧୁଅନ୍ତୁ ନାହିଁ । ନଚେତ ଆପଣଙ୍କ ଜିନ୍ସ ଶୀଘ୍ର ଖରାପ ହୋଇଯିବ ।
୩- ଜିନ୍ସ ଧୋଇବା ପାଇଁ ଥଣ୍ଡା ପାଣି କିମ୍ବା ଉଷୁମ ପାଣିର ହିଁ ବ୍ୟବହାର କରନ୍ତୁ । କେବେ ହେଲେ ଜିନ୍ସ ପ୍ୟାଣ୍ଟକୁ ଅତ୍ୟଧିକ ଗରମ ପାଣିରେ ଧୋଇବେ ନାହିଁ । କାରଣ ଏହାର ଖୁବ ଶୀଘ୍ର ଫିକା ପଡିଯିବ ।
୪- ଜିନ୍ସକୁ ୱାଶିଂ ମ୍ୟାସିନରେ ପକାଇବା ପୂର୍ବରୁ ଏହାକୁ ଓଲଟାଇ ଦିଅନ୍ତୁ । ଏହାପରେ ମ୍ୟାସିନ୍ରେ ପକାଇ ଧୁଅନ୍ତୁ । ଏପରି କଲେ ଜିନ୍ସ ଶୀଘ୍ର ଖରାପ ହେବ ନାହିଁ ।
୫- ଜିନ୍ସ ପ୍ୟାଣ୍ଟକୁ ଅଧିକ ସଫା କରନ୍ତୁ ନାହିଁ । ଯେତେବେଳେ ଏହା ଅଧିକ ମଇଳା ହୋଇଯାଉଛି,ସେତେବେଳେ ହିଁ ଧୁଅନ୍ତୁ ଓ ସବୁ କପଡାରୁ ଅଲଗା କରି ଧୁଅନ୍ତୁ । ଏହାଦ୍ୱାରା ଏଥିରେ ଅଲଗା ରଙ୍ଗ ଲାଗିବ ନାହିଁ କି ଜିନ୍ସର ଚମକ ଫିକା ପଡିବ ନାହିଁ ।
next post