କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଅଙ୍ଗନୱାଡି ସହାୟିକା ସଙ୍ଘର ୧୪ତମ ଜିଲ୍ଲା ସମ୍ମିଳନୀ ଓ ପ୍ରତିଷ୍ଠା ସମାରୋହ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ମା’ ମାଳଠାକୁରାଣୀଙ୍କ ପୀଠସ୍ଥଳିରେ ସଙ୍ଘର ଜିଲ୍ଲା ସଭାପତି ବିନୟ କୁମାର ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିବା ପ୍ରସ୍ତାବ ଗୁଡିକ ମଧ୍ୟରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ନିଆଯାଉଥିବା ଉପଭୋକ୍ତାଙ୍କ ଉପସ୍ଥାନକୁ ଅଙ୍ଗନୱାଡି ସହାୟିକାଙ୍କୁ ଜଣାଇବା ସହ ସାର୍ବଜନୀନ କରାଯିବା, କେନ୍ଦ୍ରକୁ ଆସୁଥିବା ଅନୁଦାନ ଓ ସାମଗ୍ରି ଗୁଡିକ ସମ୍ପର୍କରେ ସହାୟିକାମାନଙ୍କୁ ସମ୍ପୂର୍ଣ୍ଣ ର୍ ତଥ୍ୟ ପ୍ରଦାନ ଅଧିକାର ଭୁକ୍ତ କରାଯିବା, ବର୍ଦ୍ଧିତ ଦରମା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ରକ୍ଷା କରିବା,ସହାୟିକାମାନଙ୍କୁ ଭବିଷ୍ୟନିଧି ଯୋଜନାରେ ସାମିଲ କରାଯିବା ସହିତ ଓ ଚିକିତ୍ସା ଭତ୍ତା ପ୍ରଦାନ ପ୍ରଭୃତି ରହିଛି । ଉପରୋକ୍ତ ଦାବି ଗୁଡିକର ସୁବିଚାର ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ସ୍ମାରକପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ସମ୍ମିଳନୀରେ ସଙ୍ଘର ଉପସଭାପତି ବିଦ୍ୟାଧର ଜେନା, ସାଧାରଣ ସମ୍ପାଦିକା ଲକ୍ଷ୍ମୀ ମଲ୍ଲିକ, ଯୁଗ୍ମ ସମ୍ପାଦିକା ମୀନତି ସାହୁ, କୋଷାଧ୍ୟକ୍ଷ ଅଞ୍ଜନା ମଲ୍ଲିକ, ରାଜେଶ କୁମାର ଦାଶ ପ୍ରମୁଖ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରାଂଚଳର ଶତାଧିକ ଅଙ୍ଗନୱାଡି ସହାୟିକାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
previous post
next post