ଓଡିଶା

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

(ମହାଭାରତ, କଳିଙ୍ଗନଗର): ଚାଷ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ଚିରସ୍ଥାୟୀ କରିବାକୁ ଚାଷ ଉପରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ପଙ୍କପାଳ ଓ ବାରବାଙ୍କି ଗାଁ ପଞ୍ଚାୟତରେ ଜୈବିକ ଚାଷ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । କୃଷି, ଶସ୍ୟ ଅମଳ ଓ ସ୍ଥାନୀୟ କୃଷି ଜାତ ଦ୍ରବ୍ୟ ଉତ୍ପାଦନ ଉପରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଉକ୍ତ କର୍ମଶାଳାର ଆୟୋଜନ କରାଯାଇଥିଲା । ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୬୦ ଜଣ ଚାଷୀ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ କୋଲିବିରା କୃଷି ସାଧନ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଶୀଷ ଦାସ କହିଥିଲେ ଯେ, “ବର୍ତ୍ତମାନ ଚାଷୀମାନଙ୍କୁ ଅଭିନବ ସବୁଜ ପ୍ରଯୁକ୍ତି ବିଦ୍ୟା ଉପରେ ଜ୍ଞାନ ପ୍ରଦାନ କରିବାର ସଠିକ ସମୟ । ଜୈବିକ ଚାଷ ଆସନ୍ତାକାଲିର ଆବଶ୍ୟକତା ବୋଲି ଆମେ ଏକ ବାର୍ତ୍ତା ପ୍ରେରଣ କରିବାକୁ ଚାହୁଁଛୁ” । ଏହି କର୍ମଶାଳାରେ ଯୋଗ ଦେଇଥିବା ଚାଷୀମାନଙ୍କୁ ଜମି ପ୍ରସ୍ତୁତି, ବିହନ ଚୟନ, ବିହନ ବୁଣିବା ଓ ତାର ଯତ୍ନ ନେବା, ରକ୍ଷଣାବେକ୍ଷଣ ଓ ଶସ୍ୟ ଉପରେ ପ୍ରଯୁକ୍ତିଗତ ଶିକ୍ଷା ପ୍ରଦାନ କରାଯାଇଥିଲା । ଜୈବିକ ଖତ ପ୍ରସ୍ତୁତି ଓ ଉଦ୍ଭିଦ ସମ୍ପର୍କିତ ରୋଗ, ଏହାର ନିବାରଣ ଓ ପ୍ରତିକାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

Related posts

କରୋନା ଯୋଦ୍ଧାଙ୍କୁ ସାଂସଦ ମହେଶ ସାହୁଙ୍କ ସମ୍ବର୍ଦ୍ଧନା

mahabharatanews

କଣିହାଁ ବନାଞ୍ଚଳରୁ ଲକ୍ଷଲକ୍ଷ ଟଙ୍କାର ଶାଳ ଗଛ ଚୋରି, ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ

mahabharatanews

୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

Leave a Comment