ନବରଙ୍ଗପୁର: ଜ୍ୱାଇଁ କାଟିଲା ଶାଶୂ ର ଗଳା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ନୂଅ ।ଗୁଡ଼ା ଗ୍ରାମରେ ।
ସୂଚନା ଅନୁଯାୟୀ ଶାଶୂ ପଦ୍ମା ହରିଜନ ଦିଅ ।ଲି ପର୍ବ ମନେଇବାକୁ ଚନ୍ଦାହାଣ୍ଡିରୁ ନିଜ ଝିଅ ଜ୍ୱାଇଁଙ୍କ ଘର ନୂଅ ।ଗୁଡ଼ାକୁ ଅ ।ସିଥିଲେ । କୌଣସି କଥାକୁ ନେଇ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶାଶୂ ଝିଅ ଜ୍ୱାଇଁକୁ ବୁଝେଇବାକୁ ଚେଷ୍ଟା କରିବା ବେଳେ ଜ୍ୱାଇଁର ଆକ୍ରମଣର ଶୀକାର ହୋଇଥିଲେ । ଜ୍ୱାଇଁ ଜୟ ହରିଜନ ମାନସିକ ଭାରସାମ୍ୟ ହରାଇ ଏକ ଧାରୁଆ ଅସ୍ତ୍ରରେ ଶାଶୂଙ୍କର ଗୋଳା କାଟି ଦେଇଥିଲା । ଶାଶୂ ପଦ୍ମା ହରିଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଝିଅ ଜ୍ୱାଇଁ ମଧ୍ୟରେ ସବୁବେଳେ ମଦ ପିଇବାକୁ ନେଇ ଝଗଡା ଲାଗି ରହିଥିଲା । ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଜ୍ୱାଇଁ ଜୟ ହରିଜନ ଓ ଝିଅ ସସ୍ମିତା ହରିଜନ ଶ୍ରମିକ ଭାବେ କାମ କରି ପରିବାର ଚଳାଇଥାନ୍ତି । ଜ୍ୱାଇଁ ପୁଅର ଏପରି କାଣ୍ଡ ଘଟାଇଥିବା ନେଇ ଥାନାରେ କୌଣସି ମାମଲା ରୁଜୁ ହେଇନଥିବା ବେଳେ ଝିଅ ସସ୍ମିତା ସ୍ୱାମୀର ଏପରି କାଣ୍ଡ ଦେଖି ହତଭାଗ ହୋଇପଡିଛି ।
previous post
next post
