Uncategorized

ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଲିରେ ଫସିଲା ଆମ୍ବୁଲାନ୍ସ, ରୋଗୀ ମୃତ

(ଜାମସେଦପୁର): ଝାଡଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ବନ୍ନା ଗୁପ୍ତାଙ୍କ ପାଇଁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ ଜାମସେଦପୁର ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିବାକୁ ସୋମବାର ଆସିଥିବା ବେଳେ ତାଙ୍କୁ ଦଳୀୟ କର୍ମୀ ଓ ନେତାମାନେ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । କିନ୍ତୁ ଏହି ସ୍ୱାଗତ ସମାରୋହ ବେଳେ ରାସ୍ତାରେ ଭିଡ ଜମିବାରୁ ୫ଟି ଆମ୍ବୁଲାନ୍ସ ଫସି ଯାଇଥିଲା । ଫଳରେ ଜଣେ ରୋଗୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୋମବାର ସକାଳ ପ୍ରାୟ ୧୧ଟା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ସହର ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯାଉଥିଲା । ମାନଗୋ ପହଞ୍ଚିବା ବେଳକୁ ଅପରାହ୍ନ ୧ଟା୩୦ ହୋଇଥିଲା । ଏହି ସମୟରେ ୫ଟି ଆମ୍ବୁଲାନ୍ସ ଡିମନା ଏବଂ ପାରଡିହ ଅଞ୍ଚଳରେ ଫଶି ଯାଇଥିଲା । ଏହି ସମୟରେ ଆମ୍ବୁଲାନ୍ସରେ ଥିବା ସରାୟକେଲା ଅଞ୍ଚଳର ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଜନାତାଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ଆମ୍ବୁଲାନ୍ସରେ ରୋଗୀଙ୍କର ମୃତ୍ୟୁ ହୋଇଥିବାରୁ ଏହାକୁ ନେଇ ଝାଡଖଣ୍ଡ ବିଜେପି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି ।

Related posts

୦.୨୫% ହ୍ରାସ ପାଇଲା ରିଭର୍ସ ରେପୋ ରେଟ୍ 

mahabharatanews

ଫଲ୍ସ ନେଗେଟିଭ ସୁପର ସ୍ପ୍ରେଡର କାରଣ

mahabharatanews

ଇରାନ ଯିବେ ଭାରତୀୟ ବିଶେଷଜ୍ଞ ଦଳ

mahabharatanews

Leave a Comment