Uncategorized

ଟୀକା ପ୍ରସ୍ତୁତ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣା

(ମହାଭାରତ, ସିଡନୀ): ଚୀନରେ ବ୍ୟାପିଥିବା ଭୟଙ୍କର କୋରୋନା ଭାଇରସର ମୁକାବିଲା କରିବାକୁ ଅଷ୍ଟ୍ରେଲିଆ ସରକାର ତତ୍ପରତା ଦେଖାଇଛନ୍ତି । ଭାକ୍ସିନ (ଟୀକା) ପ୍ରସ୍ତୁତ ପାଇଁ ଗବେଶକମାନଙ୍କୁ ୨ ମିଲିଅନ ଅଷ୍ଟ୍ରେଲିଆନ ଡଲାର (ପ୍ରାୟ ୯ କୋଟିରୁ ଉଦ୍ଧ୍ୱର୍ ଟଙ୍କା) ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସୂଚନା ଦେଇଛନ୍ତି । କୋରୋନା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଟୀକା ବାବଦ ଅଷ୍ଟ୍ରେଲିଆ ସରକାର ଏହି ଅର୍ଥ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆରେ ଏହି ଟୀକା ନିର୍ମାଣ ଚାଲିଛି । ଏଥିପାଇଁ ଗବେଶକମାନଙ୍କୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ବର୍ତ୍ତମାନ ସୁଦ୍ଧା ୧୫ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟ ୨୦ ଯାତ୍ରୀଙ୍କୁ ନିରୀକ୍ଷଣରେ ରଖାଯାଇଥିବା ଜଣାଯାଇଛି । ଚୀନର ହୁବେଇ ସହରରେ ପ୍ରଥମେ କୋରୋନା ଭାଇରସ ଚିହ୍ନଟ ହୋଇଥିଲା । ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି ।

Related posts

ଏହି ଉପାୟରେ କରନ୍ତୁ ଚନ୍ଦ୍ର ପୂଜା ଦୂର ହେବ ଆର୍ଥିକ ସଙ୍କଟ

mahabharatanews

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ପଜିଟିଭଙ୍କ ମୃତ୍ୟୁ

mahabharatanews

Leave a Comment