ଓଡିଶା

ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ମୃତ

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଯୁଜୁମୁରା ଠାରେ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଲୁହାପଥର ବୋଝେଇ ଟ୍ରକ ଓ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା । ଏଥିରେ ଦୁଇ ଜଣ ଜଳି ଯାଇଛନ୍ତି । ମୃତକମାନେ ଡ୍ରାଇଭର କି ହେଲପର୍ ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ଏଯାଏ ମିଳିପାରି ନାହିଁଁ ।

ପୋଲିସ ସୂଚନା ଅନୁଯାୟୀ, ଲୁହା ବୋଝେଇ ଟ୍ରକଟି ସମ୍ବଲପୁରରୁ ରେଢାଖୋଲ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡିରେ ନିଆଁ ଲାଗି ଯାଇଥିବା ବେଳେ ସେଥିରେ ଥିବା କର୍ମଚାରୀ ବାହାରି ନପାରି ଜଳି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ପରେ ପୋଲିସ ଏନେଇ ତଦନ୍ତ ଚଳାଇଛି ।

Related posts

ସରିଲା ପହଣ୍ଡି,ରଥରେ ବିଜେ କଲେ ତିନି ଠାକୁର

mahabharatanews

ଭତ୍ତାଧାରୀ ବୟସ୍କଙ୍କ ସହ ବିଜେପିର ପ୍ରତାରଣା: ନବୀନ ପଟ୍ଟନାୟକ

mahabharatanews

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାର

mahabharatanews