ଓଡିଶା

ଟ୍ରେନ ଲାଇନରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର-ବୈଶିଙ୍ଗା ଟ୍ରେନ ଲାଇନ ନିକଟରୁ ଗୁରୁବାର ଦୁଇ ଯୁବକ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଦ୍ୱୟଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଉଭୟେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତ ବୁଧବାର ରାତିରେ ଏହି ଦୁଇ ଯୁବକ ଯୁବତୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ମୃତକ ଯୁବକ ଯୁବତୀଙ୍କର ପରିଚୟ ଏଯାଏ ମିଳିପାରି ନାହିଁ । ରେଳବାଇ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Related posts

୧୮ ବର୍ଷରୁ କମ୍ ୩ ଜଣ ଶିଶୁ ଶ୍ରମିକ ରାସ୍ତା ନିର୍ମାଣ କାର୍ୟ୍ୟରେ ନିୟୋଜିତ

mahabharatanews

୧୨ରୁ ପ୍ରଚଣ୍ଡ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା

mahabharatanews

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ

mahabharatanews