ଅପରାଧ

ଡକାୟତି ଯୋଜାନା ପଣ୍ଡ, ୩ ଗିରଫ

(ମହାଭାରତ, ଫୁଲବାଣୀ): ଫୁଲବାଣୀ ଟାଉନ ଥାନା ଅଞ୍ଚଳର ପଟାବାଲି ଛକରେ ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ୩ ଜଣଙ୍କୁ ଟାଉନ ଥାନା ପୋଲିସ ପାଟ୍ରୋଲିଂ ଟିମ୍ ଗିରଫ କରିଛି । ପୋଲିସ ସେମାନଙ୍କ କାର ସହିତ ଏକ ପିସ୍ତଲ, ୧୨ଟି ଜୀବନ୍ତ ଗୁଳି, ଗୋଟିଏ ଛୁରୀ, ୩ଟି ମୋବାଇଲ ଏବଂ ନଗଦ ୫ ହଜାର ୩୪୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣକ ଘର ଫିରିଙ୍ଗିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡିଛି । ପଟାପାଲି ଛକ ରାସ୍ତା ଦେଇ ବହୁ ଗଞ୍ଜେଇ ଚୋରାଚାଲାଣ ଗାଡି ଯାଉଥିବା ବେଳେ ଏହି ଅଭିଯୁକ୍ତମାନେ କିଛି ଗଞ୍ଜେଇ ଚୋରାଚାଲାଣକାରୀଙ୍କ ସହ ମିଶି ଲୁଟ କରିବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।

Related posts

ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

mahabharatanews

ଲାଏଡିଟେକ୍ସନ ଟେଷ୍ଟରେ ସମସ୍ତେ କହିଛନ୍ତି ସତ

mahabharatanews

୩ ହଜାର ଟଙ୍କା ଲାଞ୍ଚ ନେଉଥିôବା ବେଳେ ଧରାପଡିଲେ ଟ୍ରେଜେରୀ କିରା

mahabharatanews

Leave a Comment