ଓଡିଶା

ଡୁକୁରା ରେଞ୍ଜରେ ପଥର ମାଫିଆଙ୍କ ଏକଛତ୍ରବାଦ ସାମ୍ରାଜ୍ୟ

ମହାଭାରତ (ବାରିପଦା): ଜଙ୍ଗଲ ବିଭାଗ ଆଇନକୁ ଅବମାନନା କରି ଚାଲିଛି ପଥର ଲୁଟ । ମୟୂରଭଞ୍ଜ ଜିଲ୍ଲା ବଡସାହି ତହସିଲ ଓ ଡୁକୁରା ରେଞ୍ଜ ଅଞ୍ଚଳରେ ଚାଲିଛି ୪୦ ବର୍ଷର ପଥର ମାଫିଆଙ୍କ ଏକଛତ୍ରବାଦ ସାମ୍ରାଜ୍ୟ । ରାତିରେ ବ୍ଳାଷ୍ଟିଙ୍ଗ କରି ରାଜ୍ୟ ଓ ରାଜ୍ୟ ବାହାରକୁ ବୋହି ନେଇଯାଉଛନ୍ତି କୋଟି କୋଟି ଟଙ୍କାର ପଥର । ସେପଟେ ଘଟଣାକୁ ନେଇ ବନଖଣ୍ଡ ଅଧିକାରୀ ଅସହାୟତା ପ୍ରକାଶ କରିଥିବା ବେଳେ ତହସିଲଦାର ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ବଡସାହି ତହସିଲ ଓ ଡୁକୁରା ରେଞ୍ଜ ଅଫିସ ଅଞ୍ଚଳରେ ଥିବା ଖାଦାନରୁ ଚାଲାଣ ହୋଇଥାଏ ଶହ ଶହ ଟନ୍ ପଥର । ଏଠାରେ ରାତି ୧୨ଟା ବାଜିଲେ ଆରମ୍ଭ ହୁଏ ପଥର ବ୍ଳାଷ୍ଟିଙ୍ଗ ଅ।ଉ ଆରମ୍ଭ ହୋଇଯାଏ ପଥର ଚୋରି । ଦୀର୍ଘ ୪୦ ବର୍ଷ ଧରି ନିୟମିତ ଭାବେ ରାତିରେ ଖାଦାନରୁ ପଥର ଚୋରି ହୋଇ ରାଜ୍ୟ ଓ ରାଜ୍ୟ ବାହାରକୁ ବେଧଡକ ଚାଲଣ ହୋଇଆସୁଛି । ୩୦୦ରୁ ଉର୍ଦ୍ଧ ପାହାଡ ଓ ନିକଟରେ ଥିବା ବଡସାହୀ ଯଦୁନାଥପୁର ଅଞ୍ଚଳର ଗୁଣ୍ଡିହୁଡି ପାହାଡ, ରଙ୍ଗିଭୋଳ, ପୋଡାଡ଼ିହା, ମୋହୁଲଷୋଳ, ତେଲପାହାଡି, ଜୁଡୁବାରୁ, ଗଲିଭୁଲା, ଖଣ୍ଡାବୁଡା, କୁଚୁତୋଳା, ଏପରି ୩ ଶହରୁ ଉର୍ଦ୍ଧ ପାହାଡରୁୁ ମାଫିଆମାନେ ପଥର ଲୁଟି ସାରିଲେଣି । ଏବେ ଶିମିଳିପାଳ କୋର ଅଞ୍ଚଳରେ ଓ ପାଖରେ ଥିବା ଚନ୍ଦନ ଚତୁରୀ ପାହାଡ ଉପରେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଲାଣି । ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଯଦୁନାଥପୁର ଜଙ୍ଘାଳରୁ ଡୁକୁରା ଓ ସନକେରକ ଛକ ଅଞ୍ଚଳ ବାଟ ଦେଇ ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡକୁ ଟ୍ରକ ଟ୍ରକ ପଥରର ଚୋରା ଚାଲାଣ ହେଉଛି । ତେବେ ପଥର ଖାଦାନରୁୁ ଟ୍ରକ ଟ୍ରକ ପଥର ଚୋରା ଚାଲାଣ ହେଉଥିବା ବେଳେ ଏ ସମ୍ପର୍କରେ ଡୁକୁରା ରେଞ୍ଜ ଅଫିସ ଓ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ପାଖରେ କୌଣସି ଖବର ନଥିବା ଜଣାପଡିଛି । ତହସିଲଦାରଙ୍କ ଜାଣତରେ ଏହି ପଥର ଚୋରି ଚାଲିଛି ବୋଲି ପୂର୍ବତନ ଅବୈତନିକ ବନ୍ୟାପ୍ରାଣୀ ôତବାବଧାରକ ଭାନୁମତି ଆଚାର୍ଯ୍ୟ କହିଛନ୍ତି । ସେପଟେ ଦୀର୍ଘ ୪୦ ବର୍ଷ ଧରି ଏଭଳି ପଥର ଚୋରି ହେଉଥିବା ବେଳେ ଏହା ଭିତରେ ୬ ଜଣ ଉପଜିଲ୍ଲାପାଳ ୧୦ ଜଣ ତହସିଲଦାର ୪ ଜଣ ଜିଲ୍ଲାପାଳଙ୍କ ବଦଳି ସରିଲାଣି ବୋଲି ଅଞ୍ଚଳବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଅଧିକାରୀମାନେ ଖାଦାନରୁ ପଥର ଚୋରି ବିଷୟରେ ଜାଣିଥିଲେ କି ନାହିଁ ସେ ସମ୍ପର୍କରେ ଡୁକୁରା ରେଞ୍ଜରଙ୍କୁ ପ୍ରଶ୍ନ କରାଯାଇଥିଲା । କିନ୍ତୁ ସେ ପାଟି ଫିଟାଇନଥିଲେ । ତେବେ ଏସଂପର୍କରେ ତହସିଲଦାର ମତ ନେବା ବେଳେ ମିଛ ଆଳ ଦେଖାଇ ସେ ଡ୍ୟୁଟିରେ ଖୁବ କମ୍ ଦିନ ହେବ ଯୋଗ ଦେଇଥିବା କହିଥିଲେ । ପଥର ଚୋରି ବିଷୟରେ ସେ ଜାଣି ନାହାନ୍ତି । ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସେପଟେ ଜଙ୍ଗଲ ବିଭାଗ, ତହସିଲର ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଉକ୍ତ ଅଞ୍ଚଳରେ ପଥର ଚୋରି ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

Related posts

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

କରୋନା ଯୁଦ୍ଧରେ ବିଜୟ ପାଇଁ ବାଗଚୀଙ୍କ ୮ ସୂତ୍ରୀ ମନ୍ତ୍ର

mahabharatanews

Leave a Comment