Uncategorized

ଡ୍ରାଗ୍ସ ସହ ନାଇଜେରୀୟ ଯୁବକ ଗିରଫ

ପାନାଜି: ଗୁରୁବାର ଦିନ ଏକ କ୍ରାଇମ ବ୍ରାଞ୍ଚ ଦଳ ଜଣେ ନାଇଜେରୀୟ ନାଗରିକଙ୍କୁ ଗିରଫ କରିବା ସହ ତା ନିକଟରୁ ଡ୍ରଗ୍ସ ଜବତ କରିଥିଲେ । ଭାଦ୍ଦି ସିଓଲିମ ଅଞ୍ଚଳରୁ ଗିରଫ ହୋଇଥିବା ନାଇଜେରୀୟ ହେଲେ ୩୭ ବର୍ଷୀୟ ଓନ୍ୟିନିଚି ଏନଇନାନ୍ୟା ଅରୁଙ୍ଗ୍ା ପିଟର । ପୁଲିସ ଅନୁଯାୟୀ, ପିଟର ୪୮.୩୦ ଗ୍ରାମର କୋକିନ, ଏସଏସଡି ପେପର ୦.୧୨ ଗ୍ରାମର ନିଜ ପାଖରେ ରଖିଥିଲେ, ଯାହାର ଆନୁମାନିକ ମୂଲ୍ୟ ୫.୪ ଲକ୍ଷ ଟଙ୍କା । ଏହାକୁ ସେ ତାଙ୍କ ସ୍କୁଟର ଡିକିରେ ରଖିଥିଲେ । ନାରାୟନ ଚିମୁଲକରଙ୍କ ନେତୃତ୍ୱରେ ଏକ ଦଳ ପିଟରଙ୍କ ଯାଞ୍ଚ କରିବା ବେଳେ ଏତେ ପରିମାଣର କୋକିନ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ ଓ ପିଟରଙ୍କ ସ୍କୁଟରକୁ ମଧ୍ୟ ଜବତ କରିଥିଲେ ।

Related posts

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା 

mahabharatanews

ଦେଶରେ ୨୪ ଘଣ୍ଟାରେ ୯,୩୦୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବିପିନ ରାୱତ ଦେଶର ପ୍ରଥମ ସିଡିଏସ

mahabharatanews