ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମ ପଞ୍ଚାୟତ କୋଇଲୋ ଦଧିବାମନ ଜୀଉଙ୍କ ପୀଠ ଠାରୁ ମୀରା ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଠକେଇ କରାଯାଇଥିବାର ଅଭିଯୋଗ ହେବା ସହ ଏହାର ତଦନ୍ତ ଦାବି ହୋଇଛି ।
କେନ୍ଦ୍ରାପଡ଼ା ପୂର୍ତ୍ତବିଭାଗ ଅଧୀନରେ କୋଇଲୋ ଦଧିବାମନ ଜୀଉଙ୍କ ପୀଠ ଠାରୁ ମୀରା ସାହି ପର୍ଯ୍ୟନ୍ତ ରାସ୍ତା ରହିଛି । ଏହି ରାସ୍ତା ନିର୍ମାଣ ନିମନ୍ତେ ସରକାର ଅର୍ଥ ମଞ୍ଜୁର କରିଥିଲେ । କିନ୍ତୁ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ନିର୍ମାଣ ବେଳେ ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଥିବାର ଅଭିଯୋଗ ହୋଇଛି । ଏପରିକି ଏହି ରାସ୍ତା ନିର୍ମାଣରେ କୌଣସି ସୂଚନାଫଳକ ଦିଆନଯାଇ ଲୋକଙ୍କୁ ଅନ୍ଧାର ଭିତରେ ରଖାଯାଇଥିବାର ଅଭିଯୋଗ ହୋଇଛି । ଅଟକଳ ଅନୁଯାୟୀ ଏହି ରାସ୍ତା ନିର୍ମାଣ କରାଯାଇ ନଥିବାର ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିବାର ଅଭିଯୋଗ ହୋଇଛି । ଫଳରେ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତାର ସ୍ଥାୟିତ୍ୱନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅପରପକ୍ଷରେ ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ କାର୍ଯ୍ୟର ତଦାରଖ କରୁନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତାର ଭିଜିଲାନସ ତଦନ୍ତ କରାଗଲେ ବହୁ ଲୁକାୟିତ ଦୁର୍ନୀତି ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
previous post