( ଶୁଭସ୍ମିତା ଦାଶ ): ଛୋଟ ହେଉଁ ବା ବଡ଼ ଟେଡ଼ି ବା କଣ୍ଢେଇ କାହାକୁ ବା ଭଲ ଲାଗେନାହିଁ । ସମସ୍ତେ ଏହି କଣ୍ଡେଇ ପ୍ରେମରେ ଦିନେ ନା ଦିନେ ପଡ଼ିଥିବେ ନିଶ୍ଚିତ । କୈତୁକିଆ କଣ୍ଢେଇ ଟିଏ ଦେଖିଲେ ଆଖି ଲାଖିଯାଏ । ବାଟରେ ଗଲା ବେଳେ ଯଦି ଏକ କଣ୍ଢେଇ ଦୋକାନ ପଡ଼େ ତେବେ କଣ୍ଡେଇ ଗୁଡ଼ିକୁ ମନ ଭରି ଦେଖିବାପାଇଁ ଆମେ ଟିକେ ଅଟକି ଯାଇଥାଉ । ତେଣୁ କରି ଆଜି ଏହି କଣ୍ଢେଇ ର ଦିନ । ତା ପ୍ରେମରେ ପଡ଼ିଯାଇଛନ୍ତି ପ୍ରେମିକ ଓ ପ୍ରେମିକା ।
କାରଣ ଆଜି ହେଉଛି ପ୍ରେମର ସପ୍ତାହର ଚତୁର୍ଥ ଦିନ । ଏହି ଦିନଟିକୁ ଟେଡ଼ି ଡ଼େ’ ଭାବରେ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ରୋଡ଼ ଡ଼େ , ପ୍ରପୋଜ ଡ଼େ , ଚକଲେଟ ଡ଼େ ପରି ଆଜି ପାଳି ପଡ଼ିଛି ଟେଡ଼ି ଡ଼େ’ର । ବେଳେ ବେଳେ ମନର ମଣିଷର ଅନୁପସ୍ଥିତିକୁ ପୂରଣ କରିଥାଏ ଏହି କଣ୍ଢେଇ । ଆଜି ଦିନରେ କଣ୍ଢେଇ ଟିଏ ଉପହାର ଦେଇ ମନର ମଣିଷ ସାମ୍ନାରେ ନିଜର ଉପସ୍ଥିତିକୁ ଜାହିର କରନ୍ତୁ । ଆଜିର ଦିନଟିକୁ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି ପ୍ରେମୀ ଯୁଗଳ । ଭଲ ପାଉଥିବା ମଣିଷ ପାଖରେ ସକାଳୁ ସାକଳୁ ଟେଡ଼ି ଧରି ପହଁଛିଯାଇଛନ୍ତି । ଯାହାକୁ ଦେଖି ସାମ୍ନା ବ୍ୟକ୍ତି ଜଣକ ଖୁସି ସମ୍ଭାଳି ନ ପାରି କଣ୍ଢେଇ ଟିକୁ ଅତି ଆପଣର ସହିତ ଆଲିଙ୍ଗନ କରିନେଇଛି । ତା ସହିତ ଏହି ସୁନ୍ଦର ଉପହାର ଦେଇଥିବା ମଣିଷକୁ ମଧ୍ୟ ଆଲିଙ୍ଗନ କରିବା ସହିତ ପ୍ରେମ ଭରା ନିବେଦନ ମଧ୍ୟ କରିଛି । କାରଣ ମନର କଥା କହିବା ସମୟରେ ଯଦି ଆମେ ସେହି ବ୍ୟକ୍ତିଟିକୁ ନପାଉଁ ତେବେ ସେହି ସମୟରେ ଏହି କଣ୍ଢେଇ ଉପରେ ରାଗ ସୁଝାଇଥାଉ । ତା ଆଗରେ ମୁହିଁ ହଲେଇ ଅଭିମାନୀ ପ୍ରମିକା ଓ ପ୍ରେମିକ ଉପରେ ଥିବେ ରାଗ ଅଭିମାନକ୍ୁ ଜାହିର କରିପାରେ । ତେଣୁ କରି ପ୍ରେମରେ କଣ୍ଢେଇର ଆବଶ୍ୟକତା ଅଛି ଓ ରହିଛି ମଧ୍ୟ ।
ତେଣୁ କରି ଏହି ଦିନର ଆବଶ୍ୟକତାକୁ ନଜରରେ ରଖି ଦୋକାନୀମାନେ ବିଭିନ୍ନ ପ୍ରକାର ଟେଡ଼ି ନିଜର ସୋ କେସରେ ସ୍ଥାନ ଦେଇଛନ୍ତି । କଥା କୁହା କଣ୍ଢେଇ ଠାରୁ ଆରମ୍ଭ କରି ବେଟ୍ରେରୀ ଚାଳିତ କଣ୍ଢେଇର ଡ଼ିମାଣ୍ଡ ରହିଛି । କପ୍ୟୁଲ ମାନେ ଆସି ମନ ମୁତାବକ କଣ୍ଢେଇ କଣି ନେଉଛନ୍ତି । ଏପରିକି ପ୍ରେମୀ ଯୁଗଳ ମାନେ ନିଜ ଉଚ୍ଚତା ଅନୁସାରେ କଣ୍ଡେଇ ବରାଦ ମଧ୍ୟ ଦେଇଛନ୍ତି । ଅନଲାଇନରେ ମଧ୍ୟ ମାଳ ମାଳ ଅଡ଼ର ଦିଆଯାଇଛି । ଅଡ଼ର ମୁତାବିକ ଜିନିଷ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ଯାଇଛି । କେବଳ ପ୍ରେମୀ ଯୁଗଳ ନୁହେଁ ସାଙ୍ଗସାଥୀ , ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପାଇଁ ମଧ୍ୟ କଣ୍ଢେଇ କିଣି ନେଉଛନ୍ତି ଲୋକେ ।