ଖୋର୍ଦ୍ଧା: ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲ୍ଲା ଦୋ÷ରାଜଜ୍ ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଦିଲ୍ଲୀପ କୁମାର ବିଶ୍ୱାଳ ସଭାପତିତ୍ୱ କରିବା ସହିତ ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କର ଆଇନଗତ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ବରିଷ୍ଠ ଦେୱାନି ବିଚାରପତି ଦିଲ୍ଲୀପ କୁମାର ସାହୁ, କନିଷ୍ଠ ଦେୱାନ ବିଚାର ପତି ଜ୍ୟୋର୍ତିମୟୀ ଷଢଙ୍ଗୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ସୁରେନ୍ଦ୍ର କୁମାର ପାଢୀ , ସ୍ୱତନ୍ତ୍ର ବିଚାର ବିଭାଗ ବିଚାରପତି ଅଶୋକ କୁମାର ପାତ୍ର , ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରଂଜନ କୁମାର ପଟ୍ଟନାୟକ, ସ୍ୱତନ୍ତ୍ର ସରକାରୀ ଓକିଲ ସତ୍ୟରଂଜନ ଲାଲା, ବରିଷ୍ଠ ଆଇନ ଜୀବୀ ନୃସିଂହ ନାଥ ମିଶ୍ର, ସନ୍ତ ଶତପଥୀ, ତାଲୁକ ଲିଗାଲ ସର୍ଭିସ କମିଟିର ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ । ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କର ଅଧିକାର ଏବଂ ସେମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବିଷୟରେ ଆଲୋଚନା କରିଥିଲେ । ତୃତୀୟ ଲିଙ୍ଗ ବ୍ୟକ୍ତିମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାଥି ଓ ସଖା ଅନୁଷ୍ଠାନ ଏହି ଆଇନ ଗତ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ତାଲୁକ ଲିଗାଲ ସର୍ଭିସ କମିଟିର ସମ୍ପାଦକ ବସନ୍ତ ଶତପଥୀ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅତିଥିମାନଙ୍କର ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
next post