ନବରଙ୍ଗପୁର: ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇ ମାନବିକତା ଦେଖାଇଲେ ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତ୍ତିକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କୀର୍ତ୍ତିକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁ ଆଦିବାସୀ ସାହିର ଅସହାୟ ବୃଦ୍ଧା ଗୌରୀ ସୌରା (୭୦) ବୟସର ଅପରାହ୍ନରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିବାରୁ ପଡିଶା ଘର ପାଇଖାନାରେ ଆଶ୍ରୟ ନେଉଥିଲେ । ତାଙ୍କ ପରିବାର ବୋଲି କେହି ନାହାନ୍ତି । ୧୫ ବର୍ଷ ତଳେ ସ୍ୱାମୀ ଛାଡି ଚାଲିଯାଇଥିଲେ ଏଦୁନିଆ । ବୟସ ଥିବା ପର୍ଯ୍ୟନ୍ତ ପର ଘରେ ବାସନ ସଫା କରି ପେଟ ପଶୁଥିଲେ ଗୌରୀ । ଆଉ ଏବେ କାମ କରିବାକୁ ମଧ୍ୟ ବୟସ ନାହିଁ । ବାର ଦାଣ୍ଡକୁ ଭିକ ମାଗି ମାଗି ବଳି ଯାଉଥିଲେ ହେଲେ ଏବେ ଭିକ ମଧ୍ୟ ମାଗିବାକୁ ଆଉ ବଳ ନାହିଁଃ ଏବେ ଦିନେ ଖାଇଲେ ତିନି ଦିନ ଉପହାସ ରହିବାକୁ ପଡୁଛି । ପରିବାର ବୋଲି କେହି ନାହାନ୍ତି । ଏମିତି ଶୀତ କାକରରେ ପାଇଖାନାରେ ପଡିରହିଥିଲେ ।
ଗୌରୀଙ୍କ ଏହି ଦୁଃଖଦ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହା ମଧ୍ୟ ବିଡିଓଙ୍କ ଦୃଷ୍ଟିକୁ ଆସଥିଲା । ଏହା ଜାଣିବା ପରେ ବିଡିଓ ଅକ୍ଷମିତା କାର୍ତ୍ତିକ ଶୀତ କାକରରେ ଛଟପଟ ହେଉଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ଏବେ ଗୌରୀ ସୁସ୍ଥ ହୋଇ ଫେରିଛନ୍ତି । ଅପରପକ୍ଷରେ ବିଡିଓ ଗୌରୀଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଓ ତାଙ୍କ ପାଇଁ ଏକ ବାସଗୃହ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅସହାୟ ଗୌରୀଙ୍କ ପ୍ରତି ବିଡିଓଙ୍କ ଏହି ମାନବିକତାକୁ ନେଇ ବ୍ଲକବାସୀ ତାଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି ।