ଓଡିଶା

ଥାନା ଅଧିକାରୀ ପରିଚୟ ଦେଇ ହୋମଗାର୍ଡର୍ଙ୍କ ବଟି ଆଦାୟ

(ମହାଭାରତ, ମାଲକାନଗିରି): ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ମାଲକାନାଗିରି ପୋଲିସ ଗିରଫ କରିଛି । ଗିରଫମାନେ ହେଲେ ସୁଜନ ମଜୁମଦାର, ଜଗନ୍ନାଥ ମଣ୍ଡଳ ଓ ବିଦୁ ସାହା । ସମସ୍ତେ ମାଲକାନଗିରି ଜିଲ୍ଲା ବାସିନ୍ଦା ବୋଲି ଜଣାପଡିଛି । ଅଭିଯୁକ୍ତ ବିଦୁଙ୍କ ଘର ଏମ.ଭି-୨୩ ଗାଁରେ ଓ ସେ ମାଲକାନଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।

ସୂଚନାଯୋଗ୍ୟ, ଡିସେମ୍ବର ୮ ତାରିଖରେ ବିଦୁ ଓ ତାର ଦୁଇ ସହଯୋଗୀ ନିଜକୁ ଥାନା ଅଧିକାରୀ ବୋଲି ପରିଚୟ ଦେଇ କତାପଲ୍ଲୀ ଗାଁର ଆନନ୍ଦ ପାଙ୍ଗି ନାମକ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ । ବ୍ୟକ୍ତି ଜଣକ ସେଠାରେ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାର କରୁଥିବାରୁ ତାଙ୍କୁ ଗିରଫ କରିବାର ଧମକ ଦେଇଥିଲେ । କିନ୍ତୁ ୧ ଲକ୍ଷ ୧୦ ହଜାର ଟଙ୍କା ଦେଲେ କଥା ରଫାଦଫା କରିଦେବେ ବୋଲି ତାଙ୍କୁ କହିଥିଲେ । ଏହାପରେ ବ୍ୟକ୍ତି ଜଣକ ତାଙ୍କୁ ସେହି ଦିନ ୧୦ ହଜାର ଟଙ୍କା ଦେବା ସହ ଆଉ ବାକି ୧ ଲକ୍ଷ ଟଙ୍କା ଡିସେମ୍ବର ୨୫ ତାରିଖରେ ଦେବେ ବୋଲି କହିଥିଲେ ।

ଏହାପରେ ଏହି ଅଭିଯୁକ୍ତ ଓ ତାଙ୍କର ଦୁଇ ସହଯୋଗୀ ପୁଣି ଥରେ ଲକ୍ଷେ ଟଙ୍କା ମାଗିବାକୁ ଯାଇଥିଲେ । ତେବେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ଗାଁ ଲୋକେ ଏକାଠି ହୋଇ ସେମାନଙ୍କୁ ପଚରାଉଚରା କରିଥିଲେ । ଏହା ଦେଖି ସେମାନେ ସେଠାରୁ ପଳାଇ ଯାଇଥିଲେ । ସେମାନେ ଫେରିଥିବା ଏକ ବୋଲେରୋ ଗାଡିର ନମ୍ବରକୁ ନୋଟ୍ କରି ଗାଁ ଲୋକେ ଥାନାରେ ଏତଲା ଦେଇଥିଲେ । ଏହାପରେ ଓରକେଲ ପୋଲିସ ଗତକାଲି ସେମାନଙ୍କୁ ଗିରଫ କରିଥିଲା । ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ।

Related posts

ପଦ୍ମଶ୍ରୀ କମଳା ପୂଜାରୀ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନୀତ

mahabharatanews

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews

କ୍ୱାରେନଣ୍ଟାଇନରେ ପ୍ରବାସୀ ଓଡିଆଙ୍କ ଅଭିନବ ପ୍ରୟାସ

mahabharatanews

Leave a Comment