(ନୂଆଦିଲ୍ଲୀ): ଦିଲ୍ଲୀରେ ପୁଣି ଥରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଭୋର ପ୍ରାୟା ସାଢେ ୪ଟା ସମୟରେ ପିରାଗଢୀ ଅଞ୍ଚଳରେ ଥିବା ଏକ କାରଖାନାରେ ନିଆଁ ଲାଗିଯାଇଥିଲା । ଖବର ପାଇ ୩୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ଫଳରେ ଏହା ତଳେ ଲୋକଙ୍କ ସମେତ କିଛି ଅଗ୍ନିଶମ କର୍ମଚାରୀ ଫଶି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ତେବେ କାରଖାନା ଘର ଭୁଶୁଡି ପଡିବାରୁ ଏଥିରେ ୧୪ ଜଣ ଆହତ ହୋଇଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସକାଳ ୧୧ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
previous post