ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଅ।ଦମୀ ପାର୍ଟି (ଅ।ପ) ଜାନୁଅ ।ରୀ ପ୍ରଥମ ସପ୍ତାହରେ ନିଜର ସମସ୍ତ ୭୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜଣା ପଡିଛି । ବର୍ତ୍ତମାନ ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ । ସେହିଭଳି ଅ ।ପ ଯେଉଁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା, ସେହି ଆସନଗୁଡ଼ିକ ପାଇଁ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଅ ।ପ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବା ପରେ ·ନ୍ଦିନୀଚୌକ, ବିଜଭାସନ, କରାବଲ ନଗର ଓ ଗାନ୍ଧୀନଗର ଅ ।ସନ ଖାଲି ହୋଇଯାଇଥିଲା । ଏହି ଅ ।ସନରେ ଏବେ ନୂଅ । ପ୍ରାର୍ଥୀ ଚୟନ କରିବାର ଅଛି । କୁହାଯାଉଛି ଯେ ·ନ୍ଦିନୀ ଚୌକ, ବିଜଭାସନ ଓ କରାବଲ ନଗର ଅ ।ସନ ପାଇଁ ପ୍ରାର୍ଥୀଙ୍କ ସହମତି ହୋଇସାରିଛି । ସେହିଭଳି ଗତ ନିର୍ବାଚନରେ ପାର୍ଟିକୁ ଯେଉଁ ଅ ।ସନରେ ପରାଜୟ ମିଳିଥିଲା, ଏଥିରେ ରୋହିଣୀ ଅ ।ସନ ମଧ୍ୟ ସାମିଲ ଅଛି । ରୋହିଣୀରୁ ଅ ।ପ ଟିକେଟରେ ଜଣେ ମିଠା ବ୍ୟବସାୟୀ ଲଢିବାକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ବିଜଭାସନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପାର୍ଟି ଜଣାଶୁଣା ଓକିଲ ବିଏସ ଜୁନଙ୍କୁ ଟିକେଟ ଦେଇପାରେ । ବିଏସ ଜୁନ ନୀତିଶ କଟାରା ମାମଲା ସମେତ ଅନେକ ଚର୍ଚ୍ଚିତ ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲଙ୍କ ସଫଳ ଭୂମିକା ତୁଲାଇଛନ୍ତି । ସେ ଏବେ ଅ ।ମ ଅ ।ଦମୀ ପାର୍ଟିର ଓକିଲ ଭାବେ ଅଧିକ ପରିଚିତ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ କୁହାଯାଉଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
previous post
next post
