ଓଡିଶା

ଦୁର୍ଘଟଣାରେ ଠିକାଦାର ସଂଘ ସଂପାଦକ ଓ ସାଥିଙ୍କ ମୃତ୍ୟୁ

ଓମପ୍ରକାଶ ମିଶ୍ର/ ସୁବର୍ଣ୍ଣପୁର: ସଡ଼କ ଦୁର୍ଘଟଣାରେ ଠିକାଦାର ସଂଘ ସଂପାଦକ ଓ ତାଙ୍କ ସାଥିଙ୍କ ମୃୄତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଗ୍ରୀଡକୋ କଲୋନୀରେ ରହୁଥିବା ଠିକାଦାର ଚନ୍ଦ୍ର ଶେଖର ମହାପାତ୍ର (୫୨) ଓ ଘୋଡାଘାଟ ପଡାରେ ରହୁଥିବା ଠିକାଦାର ସଂଘ ସଂପାଦକ ଶ୍ରୀକାନ୍ତ ମହାନ୍ତି (୩୦)ଏକ ଓଡି ୦୩ ଇ ୦୦୩୩ ନମ୍ବର ପଜେରୋ କାର ନେଇ କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେଠାରେ ତାଙ୍କ କାମ ସାରିବା ପରେ ଅପରାହ୍ନରେ ଅନୁଗୁଳ ଜିଲ୍ଲା ଦେଇ ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଅଧୀନ ରାସ୍ତା କାମ ଚାଲୁଥିବା କତଡା ନିକଟରେ ତାଙ୍କ କାର୍ ସହ ଏକ ମିକ୍ଶର ମେସିନ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୄତ୍ୟୁ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ କାର ଓ ଟ୍ରକ ରାସ୍ତା କଡରେ ଓଳଟି ପଡିଥିଲା।କାର୍ ଚାଳକ ସୁଶାନ୍ତ ମହାରଣାର ଗୋଡ ଭାଙ୍ଗି ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ଜଣାପଡିଛି।

Related posts

ଝଡ ଅମ୍ପାନକୁ ନେଇ ଜିଲ୍ଲା ପ୍ରଶାସନ ତପ୍ତରତା

mahabharatanews

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଟ୍ରକକୁ ପିଟିଲା ଆଇଚର, ୧ ମୃତ ୨ ଗୁରୁତର

mahabharatanews