ଓଡିଶା

ଦୋକାନ ଉପରେ ମାଡିଗଲା ଟ୍ରକ

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆର ରୋଡରେ ଶନିବାର ଭୋରରେ ୩ଟି ଦୋକାନ ଉପରେ ଏକ ଟ୍ରକ ମାଡି ଯାଇଛି । ଫଳରେ ଦୋକାନଗୁଡିକ ଭାଙ୍ଗିରୁଜି ଯାଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭୋର ପ୍ରାୟ ୪ଟାରେ ଏକ ମାଲ ବୋଝେଇ ଟ୍ରକ ରାୟପୁରରୁ ବିଶାଖାପାଟଣା ଯାଉଥିଲା । ମାତ୍ର ଟ୍ରକଟି ଭାରସାମ୍ୟ ହରାଇ ରେଲୱେ ଫାଟକ ପାଖରେ ଥିବା ୩ଟି ଦୋକାନ ଉପରେ ମାଡି ଯାଇଥିଲା । ଟ୍ରକ ଡ୍ରାଇଭରକୁ ନିଦ ଲାଗିବା ଯୋଗୁ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

Related posts

ଥଣ୍ଡା ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

mahabharatanews

ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ପର୍ଯ୍ୟବେପକ୍ଷ ଦାୟିତ୍ୱ 

mahabharatanews

ସରକାରଙ୍କ ଘୋଷିତ ଅର୍ଥରାଶି ନ ମିଳିବାରୁ ପ୍ରବାସୀଙ୍କ ରାସ୍ତା ଅବରୋଧ

mahabharatanews